ରାଜ୍ୟ

ବିଏମସି ଅଫିସ ଆଗରେ କର୍ପୋରେଟରଙ୍କ ଧାରଣା – Ibnodisha

[ad_1]

ଭୁବନେଶ୍ୱର : ବିଏମସି ଅଫିସ ଆଗରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ ୬୩ ର କର୍ପୋରେଟର ସୁଜାତା ଛୋଟରାୟ ସେହି ଅଞ୍ଚଳର ବାସିନ୍ଦାଙ୍କ ସହ ଧାରଣାରେ ବସିଛନ୍ତି । ବିଜେପି କର୍ପୋରେଟର ହୋଇଥିବାରୁ ସେହି ୱାର୍ଡରେ ଜନସାଧାରଣ ଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ କର୍ପୋରେଟ ଭାବେ ଚେଷ୍ଟା କଲେମଧ୍ୟ ସ୍ଥାନୀୟ ମନ୍ତ୍ରୀ ଙ୍କ ଚାପରେ ଅଫିସର ମାନେ କାମ କରେଇଦେଉ ନାହାନ୍ତି।ଡ୍ରେନ ଓ ରାସ୍ତା କାମ ପାଇଁ ଟେଣ୍ଡର ଏବଂ ୱାର୍କ ଅଡର ସରି ଠିକାଦାର କାମ ଆରମ୍ଭ କଲା ବେଳେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ବରେ କିଛି ବିଜେଡିର କର୍ମୀ କାମ ବନ୍ଦ କରୁଥିବା କର୍ପୋରେଟର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଭତ୍ତା ବଣ୍ଟନ, ଜାଗା ମିଶନରେ ପଟ୍ଟା ବଣ୍ଟନ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ କର୍ପୋରେଟରଙ୍କୁ ଡକାଯାଉ ନଥିବା ଅଭିଯୋଗ ହୋଇଛି ।

ସଙ୍ଘୀୟ ବ୍ୟବସ୍ଥାରେ କର୍ପୋରେଟର ମାନଙ୍କ ଅଧିକାରକୁ ସରକାରୀ ଦଳ ଅବମାନନା କରୁଛି ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବାଧକ ସୃଷ୍ଟି କରୁଛି। ଲୋକଙ୍କ ବିକାଶ କାମରେ ରାଜନୀତି ବନ୍ଦ କର।ୱାର୍ଡ ରେ କୌଣସି ବିକାଶ କାର୍ଯ୍ୟ ହେଉନାହିଁ ଏହା କୁ ନେଇ ବାରମ୍ବାର ମେୟର ଓ କମିଶନର ଙ୍କୁ ଭେଟି ଜଣାଇବା ପରେ ମଧ୍ୟ ସମସ୍ତେ ନୀରବ କାହା ଚାପରେ ବୋଲି କର୍ପୋରେଟର ଶ୍ରୀମତୀ ଛୋଟରାୟ ଅଭିଯୋଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button