ରାଜ୍ୟ
ଥାନା ଆଗରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, ଜଳିଗଲା ୭୦ ଭାଗ ଶରୀର
ମାହାଙ୍ଗା, ୧୬/୦୮ : ଥାନା ଆଗରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ମାହାଙ୍ଗା ଥାନା ଆଗରେ ମହିଳା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ମହିଳାଙ୍କର ୬୦ ଭାଗ ଶରୀର ଜଳିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରୁ କଟକ ସ୍ଥାନାନ୍ତର କରାଯାଇଛି। ମହିଳା ଜଣଙ୍କ ହେଉଛନ୍ତି ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗାଁର ରଶ୍ମିତା ଦାସ (୩୪ ବର୍ଷ)।
ପୋଲିସକୁ ଦାୟୀ କରି ରଶ୍ମିତା ଏଭଳି କରିଥିବା ସୂଚନା ମିଳିଛି।