ରାଜନୀତି

ଡିଜି ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେଡି, ଓଡ଼ିଆ ଅସ୍ମିତା କୁଆଡେ ଗଲା କଲା ପ୍ରଶ୍ନ

ଡିଜି ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜେପି ନିର୍ବାଚନ ସମୟରେ ସବୁବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ପୂର୍ବ ସରକାରରେ ଅଣ ଓଡ଼ିଆ ଅଫିସର ଶାସନ ଲୋକଙ୍କୁ କହିଲା ।

ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ବିଜେପି । ପ୍ରତିଶ୍ରୁତି ପାଳନ କଲେନି । ୪୧ବର୍ଷ ପରେ ଅଣ ଓଡ଼ିଆ ସିଏସ କଲେ । ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ପରି ଚାଳନା କମିଟି କାର୍ଯ୍ୟକାରୀ ଅଧକ୍ଷ ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା।

ଆଜି ଡିଜି ପୋଲିସ ଅଣ ଓଡ଼ିଆ। ଯାହା ବିଜେପି କହେ, ତାହାର ଓଲଟା କରନ୍ତି । ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା କହୁନୁ । ବିଜେପିକୁ ପ୍ରଶ୍ନ, ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରିଛ । ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ । ଓଡ଼ିଆଙ୍କ ପ୍ରତି ପ୍ରତାରଣା, ମିଛ ପ୍ରତିଶ୍ରୁତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି । କ’ଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନ ଥିଲେ । କ’ଣ ସିଏମଓ ନିଯୁକ୍ତି ଦେଇଛି ନା ଅଣଓଡ଼ିଆ ପିଏମଓ ଦ୍ୱାରା ବଛା ଯାଇଛି । ଏହାର ଜବାବ ଦିଅନ୍ତୁ । ଓଡ଼ିଆ ଅସ୍ମିତା କୁଆଡେ ଗଲା ?

Related Articles

Leave a Reply

Your email address will not be published. Required fields are marked *

Back to top button