ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା, ପ୍ରଦୀପଙ୍କ ଘରୁ ୧ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ
କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ପ୍ରଦୀପ ମହାପାତ୍ରଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ସହ ଏକ ମାରୁତି ସ୍ଵିଫ୍ଟ କାର ଏବଂ ୨ଟି ଦୁଇ ଚକିଆ ଯାନ ଜବତ ହୋଇଛି। ଏହା ସହ ୧ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଛି। ପ୍ରଦୀପ ମହାପାତ୍ରଙ୍କ ଭୁବନେଶ୍ଵର ଲିଙ୍ଗିପୁରରେ ଦୁଇ ମହଲା କୋଠା, କଟକ ମଧୁପାଟଣାରେ ଏକ କୋଠା, ଭୁବନେଶ୍ଵର ଏବଂ କଟକରେ ୨ଟି ପ୍ଲଟ ରହିଛି।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା ସମେତ ୫ଟି ସ୍ଥାନରେ ରେଡ୍ ହୋଇଥିଲା। ଏହି ଚଢାଉରେ ୪ ଜଣ ଡିସିପି, ଜଣେ ଅତିରିକ୍ତ କମାଣ୍ଡାଣ୍ଟ ସମେତ ୫ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। କଟକ ନୂଆପଡ଼ାରେ ଥିବା ପୈତୃକ ଘର, ମଧୁପାଟଣା କଲ୍ୟାଣୀ ନଗରରେ ଥିବା ଘର, ଏବଂ ସମ୍ପର୍କୀୟ ଘର ସମେତ ଭୁବନେଶ୍ବର ଲିଙ୍ଗିପୁର ଅଞ୍ଚଳରେ ଦୁଇ ମହଲା କୋଠା ଏବଂ କେନ୍ଦ୍ରପଡ଼ା ସ୍ଥିତ CSO ଅଫିସ୍ରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।