ରାଜ୍ୟ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଁପୁର ପଞ୍ଚାୟତ ବାରଙ୍ଗ ଗ୍ରାମର ମହିଳା ଦୋଳି ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଦୋଳି ଗତ ରାତିରେ ଖାଇ ପିଇ ଘରେ ଶୋଇଥିଲେ। କିନ୍ତୁ ଆଜି ସକାଳୁ ଉଠିନଥିଲେ। ପରିବାରଲୋକ ଘର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ସହ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୋଳିଙ୍କ ମୃତ୍ୟୁକୁ ତାଙ୍କ ବାପଘର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ଡାହାଣୀ ସନ୍ଦେହରେ ଦୋଳିଙ୍କୁ ତାଙ୍କ ସାନଯାଆ ପିଟିପିଟି ହତ୍ୟା କରିଛି ବୋଲି ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି। ଅପରପକ୍ଷେ ପୁଲିସ ଦୋଳିଙ୍କ ପରିବାରର ୩ ଜଣଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାଯାଇଛି।ଅଞ୍ଚଳବାସୀଙ୍କ କହିବାନୁଯାୟୀ, କିଛି ଦିନ ତଳେ ସିନିଙ୍ଗା ମାଝୀଙ୍କ ପୁତୁରା ଜଣ୍ଡିସ୍‌ରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ପରିବାରରେ ସନ୍ଦେହ କୁହୁଳିଥିଲା। ଦୋଳି ଗୁଣିଗାରେଡ଼ି କରୁଥିବା ପରିବାରଲୋକ ସନ୍ଦେହ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button