ରାଜ୍ୟ

ଭଉଣୀ ସୁଭଦ୍ରାଙ୍କ ହାତରୁ ଜଗା ବଳିଆ ପିନ୍ଧିବେ ପାଟରାକ୍ଷୀ, ଚାଲିଛି ପ୍ରସ୍ତୁତି

ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ଦିନ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ଯୁଗ ଯୁଗ କାଳରୁ ରହି ଆସିଛି । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ ରାକ୍ଷୀ ।

ଆସନ୍ତା ୧୯ ତାରିଖରେ ପବିତ୍ର ରାକ୍ଷୀ ପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ପାଟରା ବିଷୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଏହି ରାକ୍ଷୀ । ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ । ବାସୁଙ୍ଗା ପାଟରେ ନିର୍ମିତ ଏହି ଚାରୋଟି ରାକ୍ଷୀ ଓ ଗୁଆମାଳ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ସେବକ ।

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁମାନେ ମାନବୀୟ ଲୀଳା କ୍ରମରେ ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ମହାପ୍ରଭୁ । ଗହ୍ମା ପୂର୍ଣ୍ଣିମା ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ଦିନ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ମଇଲମ କରାଯାଇ ନୂଆ ଲୁଗା ଲାଗି ଅନୁଷ୍ଠିତ ହୋଇସାରିବା ପରେ ପୁଷ୍ପାଳକ ସେବକମାନେ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ଵିଧି ରହିଛି ।

ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ମହାପ୍ରଭୁଙ୍କ ପାଇଁ ପାଟରା ବିଶୋୟୀ ସେବକ ପ୍ରସ୍ତୁତ କରୁଛନ୍ତି ବିଶେଷ ରାକ୍ଷୀ ଓ ଗୁଆ ମାଳ । ବର୍ତ୍ତମାନ ଦୋଳ ମଣ୍ଡପ ସାହିରେ ଏହି ରାକ୍ଷୀ ନିର୍ମାଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଅତ୍ୟନ୍ତ ଶୁଦ୍ଧପୁତ ଓ ନିଷ୍ଠାର ସହ ପାଟରା ବିଶୋୟୀ ସେବକ ଜଗନ୍ନାଥ ପାତ୍ରଙ୍କ ପରିବାର ଲାଗି ପଡିଛନ୍ତି । ଚାରି ଗୋଟି ଵିଶାଳ କାୟ ରାକ୍ଷୀ ସମେତ ଚାରୋଟି ଗୁଆମାଳ ନିର୍ମାଣ ପାଇଁ ଆବଶ୍ୟକୀୟ ପାଟ ଓ ନିର୍ମାଣ ସମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେ ପାଇଥିବା ବେଳେ ମହାପ୍ରଭୁଙ୍କ ଏହି ବିଶେଷ ସେବାରେ ନିୟୋଜିତ ହୋଇ ତାଙ୍କ ପରିବାର ବେଶ ଧନ୍ୟ ମନେ କରିଛନ୍ତି । ବାସୁଙ୍ଗା ପାଟରେ ନିର୍ମିତ ଏହି ରାକ୍ଷୀ ଗୁଡିକ ବିଶ୍ୱର ସର୍ବବୃହତ ରାକ୍ଷୀ ହୋଇଥିବା ବେଳେ ପ୍ରତିଟି ରାକ୍ଷୀର ଓଜନ ପ୍ରାୟ ଏକ କିଲୋରୁ ଉର୍ଦ୍ଧ୍ବ ହୋଇଥାଏ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button