ରାଜ୍ୟ

ଦାଦନ ଶ୍ରମିକ ଚାଲାଣ ବେଳେ ପୁଲିସର ଚଢ଼ାଉ, ୭ ଶ୍ରମିକ ଉଦ୍ଧାର

ଦେଓଗାଁ: ଭିଟା ମାଟିରେ କାମ ମିଳୁନି। ଯେଉଁ କାମ ମିଳୁଛି, ସେଥିରେ ପାରିଶ୍ରମିକ ମିଳୁନି। ତେଣୁ ପେଟ ଚାଖଣ୍ଡକ ପାଇଁ ସର୍ଦ୍ଦାରର କଥା ମାନି ବାଧ୍ୟ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବେଳେ ଧରାପଡ଼ିଲେ ଶ୍ରମିକ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ। ବେଆଇନ ଶ୍ରମିକ ଚାଲାଣ ବେଳେ ଆଜି ୭ଜଣଙ୍କୁ ପୁଲିସ୍ ଉଦ୍ଧାର କରିଛି।

ଏଥିରେ ସମ୍ପୃକ୍ତ ଥିବା ୨ଜଣ ଦାଦନ ସର୍ଦ୍ଦାର ହିମାଂଶୁ ଷାଣ୍ଢ ଓ ସହଯୋଗୀ ଏକାଦଶୀ ମଲ୍ଲିକ ଗିରଫ ହୋଇଛନ୍ତି। ଉଦ୍ଧାର ଶ୍ରମିକମାନେ ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁର ୩ଜଣ ଓ ଝରେଇବାହାଲି ଗାଁର ୪ଜଣ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଝରେଇ ବାହାଳି ଗାଁରୁ ୭ଜଣଙ୍କୁ ଗାଁର ଏକ ବୋଲେରୋ ଗାଡ଼ିରେ ହାଇଦ୍ରାବାଦ ଚାଲାଣ କରାଯାଉଥିବା ବେଳେ ବଲାଙ୍ଗୀର ଏସ.ପି ଏବଂ ଏସଡିପିଓଙ୍କ ନିର୍ଦ୍ଦେଶରେ ଦେଓଗାଁ ପୁଲିସ ପକ୍ଷରୁ ଚଢାଉ କରି ୭ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ସର୍ଦ୍ଦାର ଓ ବୋଲେରୋ ଗାଡ଼ି ଚାଲକଙ୍କୁ ଗିରଫ ଚରାଯାଇଛି। ଊର୍ଦ୍ଧ୍ବାର ହୋଇଥିବା ୭ଜଣ ହେଲେ ଡମ୍ବେରପିଟା ଗାଁର ମନିଶା କୁଅଁର, ତାଙ୍କ ସ୍ବାମୀ ସତ୍ୟବାନ କୁଅଁର ଓ ଜଣେ ଶିଶୁ। ସେହିପରି ଝରିଆବାହାଲି ଗାଁର ଇନ୍ଦ୍ର ଦଳପ୍ରିତ, ଜମ ଦଳପ୍ରିତ, କରୁଣ ଦଳପି. ରୁପେଲି ଦଳପ୍ରିତଙ୍କୁ ଉଦ୍ଧାର କରି ରଖିଥିବା ଦେଓଗାଁ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହାସହ ସର୍ଦ୍ଦାର ହିମାଂଶୁ ଷାଣ୍ଢ ଓ ସହଯୋଗୀ ଏକାଦଶୀ ମଲ୍ଲିକ ସହ ବୋଲେରୋ ଚାଳକ ଅଶୋକ ପ୍ରଧାନଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ଅଟକ ରଖିଥିବା ବେଳେ ଦାଦନ ଚାଲାଣରେ ବ୍ୟବହୁତ ବୋଲେରକୁ ଜବତ କରିଛି ଦେଓଗାଁ ପୁଲିସ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button