ରାଜ୍ୟ

ମହାସପ୍ତମୀ ପାଇଁ ମା’ ବିରଜାଙ୍କ ପୀଠ ଚଳ ଚଞ୍ଚଳ – Ibnodisha

[ad_1]

ଭୁୁବନେଶ୍ୱର: ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ମହାସପ୍ତମୀ । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ମା’ ବିରଜାଙ୍କ ପୀଠ । ମା’ଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଛି । ଭୋରୁ ଶାସନ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମା’ଙ୍କୁ ସ୍ନାନ କରିଥିଲେ । ଏହା ପରେ ମା’ଙ୍କ ଗର୍ଭ ଗୃହକୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମା’ଙ୍କ ଉତ୍ସବର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଏହି ନଅ ଦିନ ଅପରାହ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ । ଚଳିତ ବର୍ଷ ତିଥି କ୍ଷୟ ପାଇଁ ମା’ଙ୍କ ରଥ ୮ଦିନ ଗଡିବ। ମା’ଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button