ରାଜ୍ୟ

ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ ଆଲୋଚନା ହୋଇନାହିଁ, ମରାମତି ଉପରେ ଗୁରୁତ୍ୱ ଦିଆଯାଉଛି: ଜଷ୍ଟିସ୍ ବିଶ୍ୱନାଥ ରଥ

ପୁରୀ: ରତ୍ନଭଣ୍ଡାର ତଦାରଖ କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ କମିଟି ସଦସ୍ୟଙ୍କ ସହ ଏଏସଆଇ ବୈଷୟିକ କମିଟି ସଦସ୍ୟ।

ବୈଠକ ଶେଷ ହେବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ।

ବରଂ ଆଜି ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଯେପରି ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ ଏବଂ ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ, ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଛି।ଏଣେ ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ଦୀର୍ଘ ସମୟ ପାଇଁ ମରାମତି କାମ କରାଯିବ। ଭଣ୍ଡାର ବାହାର ଓ ଭିତର ଭଣ୍ଡାର ମରାମତିରେ ସବୁଠୁ ଉତ୍କୃଷ୍ଟ ଓ ଉପାଦେୟ ଉପକରଣ ବ୍ୟବହାର କରାଯିବ। ଏନେଇ ଏଏସଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟ ସମୟ କ୍ରମେ ପ୍ରକାଶ କରାଯିବ। ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ନିବେଦନ କରିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।

ସେ ଆହୁରି କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ମନ୍ଦିର ପ୍ରଶାସନ ରୁମ୍‌ ନିର୍ଦ୍ଧାରଣ କରିସାରିଛି, ସ୍ଥାନାନ୍ତରିତ ହେବ। ଏହା ଏସଓପିରେ ନ ଥିଲା, ସରକାରଙ୍କୁ ଜଣାଇଛୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button