ମାତ୍ର ୫ଟଙ୍କାରେ.. ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍, ମିଳିବ ଅସୀମିତ କଲିଙ୍ଗ୍,ଡାଟା..

ନୂଆଦିଲ୍ଲୀ : ବିଏସଏନଏଲ ନିକଟରେ ଏକ ନୂଆ ପ୍ରିପେଡ୍ ପ୍ଲାନ୍ ବଜାରକୁ ଆଣିଛି। ଏଥିରେ ୩୪୫ ଟଙ୍କା ପ୍ଲାନ୍ ରହିଛି । ବ୍ୟବହାରକାରୀଙ୍କୁ ଏହା ୬୦ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ। ବିଏସଏନଏଲ ୩୪୫ ପ୍ରିପେଡ୍ ପ୍ଲାନ୍ରେ ୧ ଜିିବି ଡାଟା ସହ ଆସୁଛି । ଏଥିରେ ଅସୀମିତ ଭଏସ୍ କଲିଙ୍ଗ୍, ଦୈନିକ ୧୦୦ ଏସଏମଏସ ମିଳିଥାଏ । ୬୦ ଦିନ ସମୟ ସୀମା ପର୍ଯ୍ୟନ୍ତ ଏହି ପ୍ଲାନ୍ ମିଳିଥାଏ ।
ଡାଟା ଶେଷ ହେବା ପରେ ମଧ୍ୟ ଇଣ୍ଟରନେଟ୍ ଅଟକିବ ନାହିଁ । ମାତ୍ର ସ୍ପିଡ୍ କମ୍ ହୋଇ ୪୦ କେବିପିଏସ ହୋଇଯିବ।
ବିଏସଏନଏଲ ପ୍ଲାନ୍କୁ ଅନେକ ଆକର୍ଷଣୀୟ ଅଫର୍ ଦିଆଯାଉଥିବା ଶସ୍ତା ପ୍ଲାନ୍ ବୋଲି ମଧ୍ୟ କୁହାଯାଉଛି । ଦୈନିକ ଏହି ପ୍ଲାନ୍ ୫.୭୫ ଟଙ୍କା ହିସାବରେ ମିଳିଥାଏ । ଯଦି କୌଣସି ବ୍ୟବହାରକାରୀ ୧ ଜିବି ଦୈନିକ ଡାଟା ମିଳୁଥିବା ପ୍ଲାନ୍ ବ୍ୟବହାର ପାଇଁ ଇଚ୍ଛା କରନ୍ତି, ଏହା ତାଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଏହି ପ୍ଲାନ୍ ପୂର୍ବରୁ ଜିଓ, ଏୟାରଟେଲ୍ କିମ୍ବା ଭୋଡାଫୋନ୍ ଆଇଡିଆ ପକ୍ଷରୁ ମିଳି ନାହିଁ । ବିଏସଏନଏଲ ବର୍ତ୍ତମାନ ସୁଲଭ ସେବା ଯୋଗାଇବାକୁ ଚିନ୍ତା କରୁଛି। ହାଇ ସ୍ପିଡ୍ ନେଟୱର୍କ ସେବା ପାଇଁ ମଧ୍ୟ କାମ ଜାରି ରଖିଛି।