ରାଜ୍ୟ

ପୋଲିସ ମାଡ଼ରେ ଦିବ୍ୟାଙ୍ଗ ଗୁରୁତର: ବାଲୁଗାଁରୁ ଗୋପାଳପୁର ବେଳାଭୂମୀ ବୁଲିବାକୁ ଯାଇଥିଲେ ଯୁବକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ପ୍ରବେଶ ଦ୍ଵାରରେ ଗାଡ଼ି କାଗଜପତ୍ର ଓ ହେଲମେଟ ଯାଞ୍ଚ ଚାଲିଥିଲା। ସେତିକିବେଳେ ପୋଲିସକୁ ଡରି ଜଣେ ଯୁବକ ଗାଡ଼ି ବୁଲାଇ ଅନ୍ୟ ରାସ୍ତାରେ ଚାଲିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ କର୍ତ୍ତବ୍ୟରତ ସିପାହୀ ତାଙ୍କ ଉପରକୁ ଲାଠି ବାଡି ଫୋପାଡି ଦେଇଥିଲେ। ଯାହା ଫଳରେ ଦିବ୍ୟାଙ୍ଗ ଯୁବକଙ୍କ ମୁଣ୍ଡରେ ବାଜି ଯାଇଥିଲା ଓ ସେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ କଚାଡି ପଡ଼ିଯାଇଥିଲେ।

ପୋଲିସ ତତକ୍ଷଣାତ୍ ୧୦୮ ଆମ୍ବୁଲାନ୍ସ ଡ଼କାଇ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ସୁଚନା ଅନୁଯାୟୀ ଗୁରୁତର ଯୁବକ ୱାଗେନ୍ ସିକିମ ରାଜ୍ୟର ମୁଳ ବାସିନ୍ଦା ଓ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ଦୋକାନ କରିଛନ୍ତି। ପୁର୍ବରୁ କୌଣସି ଆଘାତ ପାଇ ତାଙ୍କର ବାମ ଗୋଡ କଟି ଯାଇଥିବାରୁ ସେ କୃତ୍ରିମ ଗୋଡ଼ ଲଗାଇଛନ୍ତି।

ଗତକାଲି ସନ୍ଧ୍ୟାରେ କିଛି ବନ୍ଧୁ ମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସି ଏହି ଭଳି ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି। ପୋଲିସ ମାଡରେ ଗୁରୁତର ୱାଗେନ୍ ଙ୍କ ଅବସ୍ଥା ଏହି ଭଳି ହୋଇଛି ବୋଲି ପରିବାର ଓ ଅଞ୍ଚଳର କିଛି ଲୋକ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button