IBN ଓଡ଼ିଶା ବ୍ୟୁରୋ

ନିଦରୁ ଉଠି କଫି ପିଉଥିଲେ ସାବଧାନ; ହୋଇପାରେ ସମସ୍ୟା

ଫି ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତ ବୋଲି କହିଥାନ୍ତି । ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଫି ବିନା ସେମାନଙ୍କ ମୁଡ୍ ଅପ୍ ହୋଇଯାଏା ଯଦି ଆପଣ ବି ସକାଳୁ ଉଠିବା ପରେ ପ୍ରଥମେ କଫି ପିଅନ୍ତି, ତେବେ ଜାଣନ୍ତୁ ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ ।

ସକାଳେ ଖାଲି ପେଟରେ କଫି ଖାଇବା ଉଚିତ୍ ନୁହେଁ । ବିଶେଷକରି ମହିଳାମାନେ ଖାଲି ପେଟରେ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର ପ୍ରଥମ କାରଣ ହେଉଛି ସକାଳେ ଖାଲି ପେଟରେ କଫି ଖାଇବା ଦ୍ୱାରା ଶରୀରରେ କୋର୍ଟିସୋଲ୍ ହରମୋନ୍କୁ ବଢ଼ିଥାଏ, ଯାହା ଓବ୍ୟୁଲେସନ୍‌, ଓଜନ ଏବଂ ହରମୋନ୍ ଉପରେ ଖରାପ ପ୍ରଭାବ ପକାଇ ଥାଏ । ସକାଳେ ପ୍ରଥମେ କଫିନ୍ ଖାଇବାଦ୍ୱାରା, କୋର୍ଟିସୋଲର ସ୍ତର ବଢ଼ିପାରେ ଯାହା ଓଜନ ବୃଦ୍ଧି ଏବଂ ଶୋଇବା ସମସ୍ୟା ସୃଷ୍ଟି କରିପାରେ ।

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସକାଳେ ୨ ରୁ ୩ ଗ୍ଲାସ୍ ପାଣି ପାଣି ପିଇବା ପରେ, ଆପଣ କଫି କିମ୍ବା ଚା ‘ ଯେକୌଣସି ଜିନିଷ ଖାଇପାରିବେ । ଯଦି ଆପଣ ସକାଳୁ ଉଠି ପାଣି ପିଇବାକୁ ପସନ୍ଦ କରନ୍ତିନି, ତେବେ ଆପଣ ଏଥିରେ କିଛି ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇପାରିବେ । ଏହାଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button