ରାଜ୍ୟ

ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

କେନ୍ଦୁଝର, ୦୭/୦୯ : ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ବନ ବିଭାଗ ସମୀକ୍ଷା ବୈଠକ ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାରା ରାଜ୍ୟରେ ଏବେ ୩ ହଜାର ବନରକ୍ଷୀ ପଦବୀ ଖାଲିଅଛି। ସେଥି ମଧ୍ୟରୁ ଏବେ ୩ ମାସ ଭିତରେ ୨ ହଜାର ପଦବୀ ପୂରଣ କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏନେଇ କେନ୍ଦୁଝର ଗସ୍ତରେ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ସାରା ରାଜ୍ୟରେ ଏବେ ଚରମ ସୀମାରେ ହାତୀ ମଣିଷ ଲଢେଇ। ଖାଦ୍ୟ ଅନ୍ଵେଷଣରେ ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଫଳରେ ମଣିଷଙ୍କ ଧନ ଜୀବନ ଯାଉଥିବା ବେଳେ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡୁଛନ୍ତି। ସେପଟେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନରକ୍ଷୀଙ୍କ ଅଭାବ ମୁଖ୍ୟ ବାଧକ ସାଜିଛି। ଏହାର ସୁଯୋଗ ନେଇ କାଠ ମାଫିଆ ଓ ଶିକାରୀ ଅବାଧରେ ଶିକାର କରୁଛନ୍ତି। ଜଙ୍ଗଲ ଧ୍ଵଂସ କରୁଛନ୍ତି। ଯାହା ଉପରେ ରୋକ ଲଗାଇବାକୁ ସରକାର ଅଣ୍ଟା ଭିଡିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button