ରାଜ୍ୟ
ଅଗଷ୍ଟ ୧୯ ଏବଂ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି
ଭୁବନେଶ୍ୱର,୧୬/୦୮: ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା । ଆସନ୍ତା ୧୯ ଏବଂ ୨୬ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।
ସୂଚନାନୁଯାୟୀ, ଅଗଷ୍ଟ ୧୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଏବଂ ୨୬ତାରିଖରେ ଜନ୍ମାଷ୍ଟମୀ ପଡୁଛି ।
ଏହି ୨ଟି ଦିନରେ ସରକାରୀ ଛୁଟି ଥିବାରୁ ଜନଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।