ବାସ୍ତବ ରୂପ ନେବାକୁ ଯାଉଛି ପଦମପୁରବାସୀଙ୍କ ସ୍ୱପ୍ନ – Ibnodisha

[ad_1]
ପଦମପୁର: ବାସ୍ତବ ରୂପ ନେବାକୁ ଯାଉଛି ପଦମପୁରବାସୀଙ୍କ ସ୍ୱପ୍ନ । ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ପଦମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ନିରୁପଣ ପାଇଁ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି ।
ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଉଛି । ପଦମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ୱପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ଯାହାକି ପୁଣି ଥରେ ପ୍ରମାଣିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦମପୁରବାସୀ ।
[ad_2]