ରାଜ୍ୟ

ସାବଧାନ! ଗର୍ଭବତୀ ମହିଳାମାନେ ସ୍ମାର୍ଟଫୋନଠାରୁ ଦୂରେଇ ରୁହନ୍ତୁ ନହେଲେ… – Ibnodisha

[ad_1]

ଭୁବନେଶ୍ୱର : ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଜଣାପଡିଛି।  ଗର୍ଭାବସ୍ଥାରେ ସ୍ମାର୍ଟଫୋନ୍‌ର ବ୍ୟବହାର ଦ୍ୱାରା ଗର୍ଭପାତ ସମସ୍ୟା ଦେଖା ଦେଇଥାଏ।ପ୍ରଥମେ୯୧୩ ଗର୍ଭବତୀ ମହିଳାଙ୍କ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଅଧିକ ସମୟ ଏସବୁ ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍‌-ଆୟୋନାଇଜିଂ ବିକିରଣର ପ୍ରଭାବ ପଡିଥାଏ।ଦିନରେ ୩ରୁ ୪ ଘଣ୍ଟା ସୂଚନା ପ୍ରଯୁକ୍ତି ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମା’ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ଆମେରିକା ହେଲଥ୍‌ କେୟାର ଫାର୍ମର ଚର୍ମ ତତ୍ତ୍ୱ ବିଶେଷଜ୍ଞ ଡାକ୍ତର ଡେ- କୁନ୍‌ ଲି କହିଛନ୍ତି। ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୂରେଇ ରହିବା ଉଚିତ୍। ଅଧିକ ସମୟଧରି ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ମହିଳା ମାନଙ୍କର ଯଦି ବା ଗର୍ଭପାତ ନ ହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମ ଲାଭ କରୁଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ ବୋଲି ଗବେଷକମାନେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button