ରାଜ୍ୟ

ସରକାରୀ ନିର୍ଦ୍ଦେଶନାମାକୁ ଅମାନ୍ୟ

ଠଗଡ: ବାତ୍ୟା ପରବର୍ତ୍ତୀ ସ୍ଥିତି ଆକଳନ ଓ ତତସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଶନିବାର ଓ ରବିବାର ଛୁଟି ବାତିଲ କରି କାର୍ଯ୍ୟାଳୟ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶକୁ କେତେକ ଅଧିକାରୀ ଅମାନ୍ୟ କରି କାର୍ଯ୍ୟାଳୟ ବନ୍ଦ ରଖିଥିବା ଦେଖିବାକୁ ମିଳିଛି।

ଶନିବାର ଅପରାହ୍ନ ୧୨ଟା ବେଳେ ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସିଡିପିଓ କାର୍ଯ୍ୟାଳୟ ଫାଟକରେ ତାଲାପଡିଥିବା ଏବଂ ସଂପୃକ୍ତ ଦୁଇ କାର୍ଯ୍ୟାଳୟରେ କେହି କର୍ମଚାରୀ ନଥିବା ଦେଖାଯାଇଥିଲା। ଶନିବାର ଓ ରବିବାର ଛୁଟି ବାତିଲ ସହିତ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଠଗଡ ଉପଖଣ୍ଡରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଖୋଲା ରହିଥିବାବେଳେ ଏହି ଦୁଇ ସରକାରୀ କାର୍ଯ୍ୟାଳୟ ଖୋଲା ଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ବାତ୍ୟା ପରବର୍ତ୍ତୀ ସମୟରେ କ୍ଷୟକ୍ଷତିର ଆକଳନ ସାଙ୍ଗକୁ ସାଧାରଣ ଲୋକଙ୍କ ମୌଳିକ ସୁବିଧା ଯେପରି ବ୍ୟାହତ ନହୁଏ ସେଥିପାଇଁ ଛୁଟି ବାତିଲ ଭଳି ପଦକ୍ଷେପ ଗ୍ରହଣ କରୁଥିଲାବେଳେ ଏଠାରେ ବିଭାଗୀୟ ଅଧିକାରୀ ମାନେ ସେଥିପ୍ରତି କର୍ଣ୍ଣପାତ କରୁ ନଥିବା ନେଇ ଅଭିଯୋଗ ହେଉଛି। ଏ ବିଷୟରେ ଭାରପ୍ରାପ୍ତ ବିଡ଼ିଓଙ୍କୁ ଯୋଗାଯୋଗରେ ଯୋଗାଯୋଗ ହୋଇପାରି ନଥିଲା। ସିଡିପିଓଙ୍କ ଯୋଗାଯୋଗ କରିବାରେ ସମସ୍ତ ଅଙ୍ଗନବାଡି ଅଧିକାରୀ ଓ କର୍ମଚାରୀ କ୍ଷେତ୍ରରେ କାମ କରୁଥିବା କହିଥିଲେ । ତେବେ କାର୍ଯ୍ୟାଳୟ ବନ୍ଦ ରଖିବାର କାରଣ ସମ୍ପର୍କରେ କାହାଠାରୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button