ରାଜ୍ୟ

ସରକାର ଗଢିଲେ ମାଗଣା ମିଳିବ ୨ଶହ ୟୁନିଟ୍‌ : ପଞ୍ଚାନନ କାନୁନଗୋ – Ibnodisha

[ad_1]

ଭୁବନେଶ୍ବର : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଦଳ ଗୁଡ଼ିକର ଗ୍ୟାରେଣ୍ଟି କାର୍ଡରେ ପ୍ରତିଶୃତି ବଢୁଛି । ଏହାରି ଭିତରେ କଂଗ୍ରେସର ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଏବଂ କେନ୍ଦ୍ରର ଗ୍ୟାରେଣ୍ଟି ଉପରେ ବର୍ଷିବା ସହ କଂଗ୍ରେସ ଗ୍ୟାରେଣ୍ଟି ଉପରେ କହିଛନ୍ତି । କଂଗ୍ରେସର ଇସ୍ତାହାରରେ ଓଡିଶାବାସୀଙ୍କ ପାଇଁ ବିଦ୍ୟୁତ୍ ସହାୟତା କରିବା ନେଇ ସଂକଳ୍ପ ପତ୍ର ଜାରି କରିଛି ଓପିସିସି । ଦଳ ୨ ଶହ ୟୁନିଟ ଛାଡ଼ର ଗ୍ୟାରେଣ୍ଟି ଦେଇଛି । ଚାଷୀ ଲିଫ୍ଟ ଇରିଗେସନ ବସାଇଥିଲେ ୫୦ ପ୍ରତିଶତ ଛାଡ ପାଇବ ବୋଲି ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ । ପଞ୍ଚାନନ କାନୁନଗୋ କହିଛନ୍ତି, ପ୍ରତ୍ୟେକ ବର୍ଗ କିପରି ଭାବେ ନ୍ୟାୟ ପାଇବେ ଏହା ହିଁ କଂଗ୍ରେସର ଗ୍ୟାରେଣ୍ଟି । କୃଷିଜାତ ଶିଳ୍ପ ବା କୃଷି ସମ୍ପର୍କିତ ବ୍ୟବସ୍ଥା ଯଥା ଶୀତଳ ଭଣ୍ଡାର, କୋଲଡ ଚେନ ପାଇଁ ୫୦ ପ୍ରତିଶତ ରିହାତିରେ ସୋଲାର ବିଦ୍ୟୁତ ବ୍ୟବସ୍ଥା ଓ ୨ ହଜାର ୟୁନିଟ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ମିଶନ ଶକ୍ତି ଦ୍ଵାରା ପ୍ରତିଷ୍ଠିତ ସମସ୍ତ ଅଣୁଶିଳ୍ପ, ହସ୍ତତନ୍ତ୍ର ତଥା ପାୱାରଲୁନ ଶିଳ୍ପକୁ ୫୦% ରିହାତିରେ ବିଦ୍ୟୁତ ଯୋଗାଣ ହେବ । କୃଷିକାର୍ୟ୍ୟ ପାଇଁ ନିୟୋଜିତ ପ୍ରତି ସୂର୍ୟ୍ୟ ରଶ୍ମିଚାଳିତ ପମ୍ପ ପାଇଁ ଚାଷୀଙ୍କୁ ୯୦% ରିହାତି ଦିଆଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button