ରାଜ୍ୟ
ବୈତରଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ଗ୍ରାମ ନିକଟ ବୈତରଣୀ ନଦୀରେ ଜଣେ ଯୁବକ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ହେଲେ ଆଜି ବୈତରଣୀ ନଦୀ ଘାଟରୁ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ସହ ପାଟଣା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟଣା ଥାନା ପୋଲିସ ପହଞ୍ଚି ପାଟଣା ଅଗ୍ନିଶମବାହିନୀ ସହାୟତାରେ ନଦୀ ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏପରିକି ଏହି ମାମଲାକୁ ନେଇ ପୋଲିସ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି। କାରଣ ଏହା ହତ୍ୟା କି ଆତ୍ମହତ୍ୟା ତାହା ନେଇ ତଦନ୍ତ ଜାରି ରଖିଛି ପାଟଣା ଥାନା ପୋଲିସ।
[ad_2]




