ଦେଶରାଜ୍ୟ

ଡିଜିଟାଲ ମିଡିଆ ଉପରେ ସରକାର ନିୟନ୍ତ୍ରଣ କରିପାରିବେ ନାହଁ :ହାଇକୋର୍ଟ

IBN ଓଡିଶା (ବ୍ୟୁରୋ):-ନୂଆଦିଲ୍ଲୀ:-
ହାଇକୋର୍ଟଙ୍କ ଐତିହାସିକ ରାୟ
ଚେନ୍ନାଇ,ନୂଆଦିଲ୍ଲୀ,ଭୁବନେଶ୍ୱର:-
ଡିଜିଟାଲ ମିଡିଆ ଉପରେ ସରକାର ନିୟନ୍ତ୍ରଣ କରିପାରିବେ ନାହଁ I ଏହାଦ୍ୱାରା ଗଣମାଧ୍ୟମର ସ୍ୱାଧୀନତା କ୍ଷୁର୍ଣ୍ଣ ହେବ I
କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ଆଇନର କିଛି ଧାରା ଉପରେ ମାଡ୍ରାସ ହାଇକୋର୍ଟ ଏପରି ରୋକ ଲଗାଇଛନ୍ତି । ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ଏହି ଧାରା ଉପରେ ରୋକ୍ ଲଗାଇଥିଲେ। ଦେଶର ବିଭିନ୍ନ ହାଇକୋର୍ଟରେ ବି ଅନେକ ମାମଲା ବିଚାରଧୀନ ରହିଛି Iବମ୍ବେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଆସନ୍ତା ଅକ୍ଟୋବର ମାସ ଶେଷ ସପ୍ତାହରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ Iତେବେ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ମାଡ୍ରାସ ହାଇକୋର୍ଟ ରୋକ ଲଗାଇଵା ପରେ ଡିଜିଟାଲ ମିଡିଆ ମାଲିକମାନେ ଆଶ୍ବସ୍ତି ହୋଇଛନ୍ତି I କାରଣ କେନ୍ଦ୍ର ସରକାର ନୂଆ ଆଇଟି ଆଇନ-୨୦୨୧ର ଧାରା -୯ର ଉପଧାରା ୧ ଓ ୩ ମାଧ୍ୟମରେ ଡିଜିଟାଲ ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ଏହା ଦ୍ୱାରା ଗଣମାଧ୍ୟମର ସ୍ୱାଧୀନତା ରହିବ ନାହିଁ ବୋଲି କୋର୍ଟ ଅନୁଭବ କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button