ରାଜ୍ୟ

ବିରୁଡ଼ି ଆକ୍ରମଣରେ ଶିଶୁ ମୃତ, ୨ ଗୁରୁତର

କେନ୍ଦୁଝର: ବିରୁଡ଼ି ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଯୋଡ଼ା ବ୍ଲକ୍ କାଶିଆ ଗ୍ରାମର ସୁନାମଣି ଲାଗୁରୀଙ୍କ ଝିଅ ନାନିକା (୩)।

ଗୁରୁତରମାନେ ହେଲେ ସୁଜାତା ମୁଣ୍ଡା (୨୫) ଓ ଲକ୍ଷ୍ମୀ ମୁଣ୍ଡା (୨୨)। ଯୋଡ଼ା ବ୍ଲକ୍ କାଶିଆ ଗ୍ରାମର ସୁନାମଣି ଝାଡ଼ଖଣ୍ଡରେ ବିବାହ କରିଛନ୍ତି।

ତାଙ୍କ ଝିଅ ନାନିକା ବର୍ଷେ ହେଲା ମାମୁଘରେ ରହୁଛି। ନାନିକା ମାଉସୀ ସୁଜାତାଙ୍କ ସହିତ ବିଲକୁ ଯାଇଥିଲେ। ସୁଜାତା ବିଲରେ କାମ କରୁଥିବାବେଳେ ନିକଟରେ ଥିବା ଏକ ଗଛମୂଳରେ ନାନିକା ଖେଳୁଥିଲା।

ବିଲରେ ପାଖ ଗଛରେ ଥିବା ବିରୁଡ଼ି ବସାରୁ ବିରୁଡ଼ି ବାହାରି ନାନିକାଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ବିଲରେ କାମ କରୁଥିବା ମାଉସୀ ସୁଜାତା ଓ ତାଙ୍କ ଭଉଣୀ ଲକ୍ଷ୍ମୀ ଦୌଡ଼ି ଆସିଥିଲେ। ସେମାନେ ମଧ୍ୟ ବିରୁଡ଼ି ଆକ୍ରମଣର ଶିକାର ହୋଇଥିଲେ।

ତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନାନିକାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ ହୋଇଥିବା ସୁଜାତା ଓ ଲକ୍ଷ୍ମୀ ଚିକିତ୍ସିତ ହେଉଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button