ରାଜ୍ୟ

ଝିଙ୍ଗିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହୁଣିପଡ଼ା/ରାଜାମୁଣ୍ତା : କେନ୍ଦ୍ରମନ୍ତ୍ରୀ ଜୁଲଏ ଓରାମଙ୍କ ପତ୍ନୀ ଝିଙ୍ଗିଆଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହିକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଓ ରାଜ୍ୟସ୍ତରୀୟ ବହୁନେତା ଜୁଏଲଙ୍କ ପୈତୃକଗ୍ରାମ ଲହୁଣିପଡ଼ା ବ୍ଲକ୍ କଲେଇପୋଷ ପଞ୍ଚାୟତର କେନ୍ଦୁଡିହିରେ ପହଞ୍ଚି ଦିବଂଗତ ଝିଙ୍ଗିଆଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ହେଲିକପ୍ଟରରେ ଆସି କେନ୍ଦୁଡିହି ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ କାର୍ ଯୋଗେ ଜୁଏଲଙ୍କ ବାସଭବନରେ ପହଞ୍ଚିଥିଲେ। ଝିଙ୍ଗିଆଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ସହ ଛତିଶଗଡ଼ର କୃଷିମନ୍ତ୍ରୀ ରାମବିଚାର ନେତାମ ଓ ପୂର୍ବତନ ମନ୍ତ୍ରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହେଲିକପ୍ଟରରେ ଆସି ବଡ଼ପୁରୁଣାପାଣି ପଡ଼ିଆରେ ଓହ୍ଲାଇ କେନ୍ଦୁଡିହିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବାସହ ପରିବାରକୁ ସମବେଦନା ଜଣାଇଥିଲେ।

ଏହାଛଡ଼ା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଛତିଶଗଡ଼ ସାଂସଦ ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଭୋଇ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ଜଳଯୋଗାଣ ମନ୍ତ୍ରୀ ରବି ନାଏକ, ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନ ସଂପାଦକ ମାନସ ମହାନ୍ତି, ପରାମର୍ଶଦାତା ରଞ୍ଜନ ପଟେଲ, ସମ୍ପାଦକ ସାରଦା ଶତପଥୀ, ଟ୍ରାଇଫେଡ୍ ଚେୟାରମ୍ୟାନ ରାମ ସିଂ ରାଠ୍ୱା, ବିରଞ୍ଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ଅଶୋକ ମିଶ୍ର, ରାଜ୍ୟପ୍ରବକ୍ତା ଗୋଲକ ମହାପାତ୍ର, ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ତାଙ୍କ ପ୍ରମୁଖ କେନ୍ଦୁଡିହିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଡ଼ର ପୂର୍ବତନ ଜିଲ୍ଲାପାଳ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ପରାଗ ହର୍ଷଦ ଗାଭାଲି, ବଣାଇ ବନଖଣ୍ଡ ଅଧିକାରୀ ଲଳିତ ପାତ୍ର ପ୍ରମୁଖ ଗ୍ରାମରେ ସବୁ ବ୍ୟବସ୍ଥା ତଦାରଖ କରୁଥିବା ଦେଖାଯାଇଥିଲା। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଏସ୍ଡିପିଓ ସ୍ୱରାଜ ଦେବତା, ତହସିଲଦାର ବାବୁଲୁ ପେରେଇ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button