ରାଜ୍ୟ

ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୧୦୬ତମ ଜୟନ୍ତୀ ଉତ୍ସବ ପାଳିତ – Ibnodisha

[ad_1]

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମହିୟସୀ ମହିଳା ଭାରତ ରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ସ୍ଥିତ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମେତ ଅନ୍ୟ ନେତୃବୃନ୍ଦ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଜୟନ୍ତୀ ଉତ୍ସବରେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଜଣେ ଏଭଳି ଦୃଢ଼ମନା ନେତ୍ରୀଥିଲେ ଯାହାଙ୍କୁ ସାରା ବିଶ୍ୱ ଲୌହ ମାନବୀ ଭାବରେ ଜାଣିଥିଲେ । ସେ ପ୍ରଧାନମନ୍ତ୍ରୀ ସମୟରେ ବିଂଶସୂତ୍ରୀ କାର୍ଯ୍ୟକ୍ରମ, ବ୍ୟାଙ୍କ ଜାତୀୟ କରଣ, ଗୋଳାବାରୁଦ କାରଖାନା ପ୍ରତିଷ୍ଠା ଭଳି ବହୁ କାର୍ଯ୍ୟକ୍ରମ କରିପାରିଥିଲେ ବୋଲି କହିଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଇନ୍ଦିରାଜୀଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜାତୀୟ ସଂକଳ୍ପ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା, ପାଲା ଓ ସଂକୀର୍ତନ ପରିବେଷଣ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ ପରିବେଷଣ କରାଯାଇଥିଲା ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ଡ. ଯୁଧିଷ୍ଠୀର ଜେନା, ପୂର୍ବତନ ବିଧାୟକ ସମିର କୁମାର ରାଉତରାୟ, ନକୁଳ ନାୟକ, ବିରେନ ମୋହନ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଜ୍ୟୋତିଷ ସାହୁ, ନରୋତମ ନାୟକ, ରଜନୀ ମହାନ୍ତି, ବିନୋଦ ପାତ୍ର, ବିସ୍ମୟ ମହାପାତ୍ର, ରାଜକିଶୋର ବାରିକ, ସଂକୁନା କହଁର, ମନୋରଞ୍ଜନ ରାଉତରାୟ, ଶ୍ରେୟାସ୍ମିତା ପଣ୍ଡା, ପ୍ରଭାତ ପ୍ରତାପ ସିଂ, ସୁଶାନ୍ତ ତ୍ରିପାଠୀ, ସଂଜୟ ମିଶ୍ର, ପ୍ରଶାନ୍ତ ଚମ୍ପତି, ଆଲୋକ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ, ଖଗେଶ୍ୱର ମଲ୍ଲିକ, ଏମଡି ଶାହାଦୁଲ୍ଲା, ମାସୁଦ ଅଲ୍ଲୀ, ଜାନକୀ ମଲ୍ଲିକ, ଭାଗ୍ୟଶ୍ରୀ ଜେନା, ଭୋକାଲି ସେଠୀ, ସତ୍ୟବ୍ରତ ନାୟକ, ରସିକ ପଟ୍ଟନାୟକ, ବିନୋଦ ପାଣି, ନିରଞ୍ଜନ ନାୟକ, କୁଳମଣି ସାହୁ, ବସନ୍ତ ପଣ୍ଡା, ରଞ୍ଜନ ଭୋଇ, ସୁଜ୍ଞାନୀ ପଟ୍ଟନାୟକ, ପ୍ରିତିଷ ପଟ୍ଟନାୟକ, ଦେବେନ୍ଦ୍ର ପ୍ରସାଦ ଦାସ, ସନାତନ ସେଠୀ, ଅକ୍ଷୟ ମୁଦୁଲି, ସାଇପ୍ରସାଦ ପାତ୍ର, ଅନିମା ମିଂଜ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button