ରାଜ୍ୟ

ପୋଖରୀରୁ ନିଖୋଜ ନାବାଳିକାଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଦିଲିବା ଗାଁରେ ଘଟିଛି ଅଭାବନୀୟ ଘଟଣା। ପୋଖରୀରୁ ନିଖୋଜ ନାବାଳିକାଙ୍କ ମୃତ ଦେହ ଉଦ୍ଧାର । ଗତକାଲି ନିଖୋଜ ନାବାଳିକାଙ୍କ ଜେଜେ ମା’ଙ୍କ ଏକାଦଶାହ କର୍ମ ଥିଲା। ପରିବାର ଲୋକେ ସମସ୍ତେ କାମରେ ବ୍ୟସ୍ତ ଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଗ୍ରାମବାସୀ ପୋଖରୀରୁ ଗାଧୋଇବାକୁ ଯାଇଥିଲେ। ନାବାଳିକା ଜଣଙ୍କ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳିକାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button