ରାଜ୍ୟ

ବିକାଶକୁ ଚାହିଁ ବସିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଧୁପୁରଗଡ଼ ଗାଁ

ଢ଼େଇଧରା: ଗାଁର ନାମ ମଧୁପୁରଗଡ଼। ଲୋକ ମୁହଁରେ ଗଡ଼ମଧୁପୁର। ଦିନେ ମଧୁପୁର ଷ୍ଟେଟ୍(ରାଜ୍ୟ) ଥିବା ମଧୁପୁରଗଡ଼ ରାଜସ୍ବ ନଥିରେ ଏକ ଗାଁ। ଓଡ଼ିଆ ସିନେମାରେ ଏହି ଗାଁ ଏକ ଚର୍ଚ୍ଚିତ ନାମ। ଗାଁର ଦୃଶ୍ୟକୁ ଅନେକଥର ଓଡ଼ିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ରାଜବାଟୀ, ପ୍ରାଚୀନ ମନ୍ଦିର, ପାହାଡ଼-ପର୍ବତଘେରା

ଗଡ଼ମଧୁପୁରକୁ ଯିଏ ଥରେ ଆସିବ ଫେରିବାକୁ ଚାହିଁବନି। ଅନେକ ଐତିହ୍ୟ, କିଂବଦନ୍ତୀ ଗାଁର ଗୌରବକୁ ବଢ଼ାଇଛି। ଏବେ ବି ମଧୁପୁରଗଡ଼ ରାଜାଙ୍କ ରାଜବାଟୀ ଏ ଗାଁର ଗୌରବ, ପ୍ରାଚୀନ ଗୋପାଳଜିଉ ମନ୍ଦିର, ପୁରୀ ଢାଞ୍ଚାରେ ନିର୍ମିତ ଜଗନ୍ନାଥ ମନ୍ଦିର ଗାଁର ଶୋଭା ବଢ଼ାଉଛି। ରାଜାଙ୍କ ଦରବା​ର ଅଛି, ଭାଇବୋହୂ-ଦେଢ଼ଶୁର କୂଅ, ପ୍ରଜା ଦରବାର, କଚେରି, ରାଜାଙ୍କ ସିଂହାସନ ବି ରହିଛି। ଆଜି ବି ମଧୁପୁରଗଡ଼ ରଥଯାତ୍ରା ଓ ରସୁଲପୁରର ପ୍ରସିଦ୍ଧ ସିଂହାପୁର ନାରାୟଣ ଗୋସେଇଁଙ୍କ ଯାତ୍ରାରେ ରାଜ ପରିବାରର ପ୍ରମୁଖ ସେବା ରହିଛି।

ରାଜପରିବାର ଦାୟାଦଭାବେ ୨୦୦୭ ମସିହାରୁ ଅପର୍ଣ୍ଣାଧୀର ଭରଦ୍ୱାଜ ଏଠାରେ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି। ରାଜବାଟୀ, ଜଗନ୍ନାଥ ମନ୍ଦିର ଓ ନାରାୟଣ ଗୋସେଇଁଙ୍କ ସିଂହାପୁର ଯାତ୍ରାରେ ସେ ପ୍ରଥମ ସେବକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଗାଁର ମନୋରମ ଦୃଶ୍ୟ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଲେ ଏହି ଗାଁ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହୋଇପାରନ୍ତେ। ଏଠାରେ ପର୍ଯ୍ୟଟନ ବିକାଶର ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏଥିପ୍ରତି ଦୃ୍ଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି।

ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ୍ର ମଧୁପୁରଗଡ଼ ବହୁ ଐତିହ୍ୟର ସାକ୍ଷୀ। ଅବିଭକ୍ତ କଟକ ଜିଲ୍ଲାର ଅନେକ ଗୁଡିଏ ଗାଁ ମଧୁପୁରଗଡ଼ ରାଜାଙ୍କ ଅଧୀନରେ ରହିଥିଲା। ଏଠାରେ ଅନେକ ମନ୍ଦିର ରହିଛି। ମଧୁପୁରଗଡ଼ ପାହାଡ଼ ତଳେ ରାଜବାଟୀ ଓ ରାଜବାଟୀ ପରିସରରେ ରହିଛି କାରୁକାର୍ଯ୍ୟ ପୂର୍ଣ୍ଣ ଗୋପାଳଜିଉ ମନ୍ଦିର, ଗୁଣ୍ଡିଚା ମନ୍ଦିର, ରାଜାଙ୍କ ଶାସନ ସମୟର ଫାଶୀ ଗୃହ ଓ ଭଗ୍ନ ଅବସ୍ଥାରେ ରହିଛି ପୂର୍ବ ଚକବନ୍ଦୀ କାର୍ଯ୍ୟାଳୟ। ଦେଶ ସ୍ୱାଧୀନ ହେବା ପୂର୍ବରୁ ମଧୁପୁର ରାଜବାଟୀରୁ ମଧୁପୁର ଷ୍ଟେଟ୍ର ଶାସନ ଚାଲୁଥିଲା।

ଏଠାରୁ ପ୍ରସ୍ତୁତ ହେଉଥିଲା ଶାସନ ଖସଡ଼ା। ଶୁଣାଣି ପାଇଁ କଚେରି ଥିଲା। ମଧୁପୁରଗଡ଼ର ରାଜା ସ୍ବର୍ଗତ ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର ସିଂ ବାହାଦୁର ଥିଲେ ପ୍ରଜାବତ୍ସଳ ରାଜା। ୧୮୮୯ରୁ ୧୯୪୬ ମସିହା ପର୍ଯ୍ୟନ୍ତ ରାଜା ନାରାୟଣ ଚନ୍ଦ୍ରଙ୍କ ଶାସନ ସମୟରେ ମଧୁପୁର ଷ୍ଟେଟ୍ର ବହୁ ଉନ୍ନତି ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button