ରାଜ୍ୟ

ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣା : ନିଲମ୍ବିତ IPS ରାଜେଶ ପଣ୍ଡିତଙ୍କୁ ନୋଟିସ ଜାରି

ଭୁବନେଶ୍ୱର : ନିଲମ୍ବିତ ଆଇପିଏସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ବଢିଲା ଅଡୁଆ। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଗୃହ ବିଭାଗ ପକ୍ଷରୁ ରାଜେଶ ପଣ୍ଡିତ ଙ୍କୁ ନୋଟିସ ଜାରି କରାଯାଇଛି । ୩୦ ଦିନ ମଧ୍ୟରେ ରାଜେଶଙ୍କୁ ବ୍ୟକ୍ତିଗତ କିମ୍ବା ଲିଖିତ ଭାବେ ଉତ୍ତର ଦେବାକୁ କୁହାଯାଇଛି ।

ଜୁଲାଇ ୨୭ ରାତିରେ ଘଟିଥିବା ଘଟଣାରେ ରାଜେଶଙ୍କୁ ନିଜର ପକ୍ଷ ଉପସ୍ଥାପନ କରିବାକୁ ନୋଟିସରେ ଉଲ୍ଲେଖ ରହିଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ଦାଖଲ ନକଲେ କିମ୍ବା ଉପସ୍ଥିତ ନହେଲେ ତାଙ୍କ ବିରୋଧରେ ତଦନ୍ତକାରୀ ଅଧିକାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ ଜୁଲାଇ ୨୭ ତାରିଖ ରାତିରେ ଆଇପିଏସ ରାଜେଶ ପଣ୍ଡିତ ଜଣେ ମହିଳା ଆଇଆଇସିଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିଲେ। ମହିଳା ଆଇଆଇସିଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ଜଣା ପଡିବା ପରେ ଆଇପିଏସ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button