ସିମ ବକ୍ସ ମାମଲା: ଆସିଲା ସିଡିଆର ରିପୋର୍ଟ, ମଧ୍ୟପ୍ରାଚ୍ୟରୁ ଆସୁଥିଲା ଅଧିକ କଲ୍

ଭୁବନେଶ୍ୱର: ସିମ ବକ୍ସ ମାମଲାରେ ଆସିଲା ସିଡିଆର ରିପୋର୍ଟ । ମଧ୍ୟପ୍ରାଚ୍ୟରୁ ଆସୁଥିଲା କଲ୍। ସିମ ବକ୍ସ ଜରିଆରେ ଯେଉଁମାନଙ୍କୁ କଲ୍ ଆସୁଥିଲା ସେଥିରୁ ସେମାନଙ୍କୁ ଜେରା କରାଯାଉଛି । ସେଥିରୁ ଅଧିକାଂଶ କଲ୍ ମଧ୍ୟପ୍ରାଚ୍ୟରେ ଥିବା ଦେଶ ଗୁଡିକରୁ କଲ୍ ଆସୁଥିବା ତଦନ୍ତରୁ ଜଣାପଡିଛି। ସିମ୍ ଆନାଲିସସରୁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ।
ଆହୁରି ଅନେକ କଲର ଯାଞ୍ଚ ହେବ । ସବୁ ସିମ୍ କାର୍ଡ ଫେକ୍ ଥିଲା । ଅଧିକ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ପଶ୍ଚିମବଙ୍ଗ ଯିବ। ରାଜୁର ଗାଁ ୨୪ ପ୍ରଗଣା ଯାଇ ସେଠାରେ ଫେକ୍ ସିମର ଯାଞ୍ଚ କରିବ । ଏନେଇ ପଶ୍ଚିମବଙ୍ଗ ପୋଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ । ଫେକ୍ ପରିଚୟ ପତ୍ର ଦେଇ ସିମ୍ ମିଳିଛି।
ସେନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବ ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ସବୁ ସିମ୍ ବାକ୍ସ ଚୀନରେ ତିଆରି ହୋଇ ଚୋରା ଚାଲାଣରେ ଓଡ଼ିଶା ଆସୁଥିଲା। ରାଜୁ ମଣ୍ଡଳ ଦେଇଥିବା ଲିଡକୁ ନେଇ କମିଶନରେଟ ପୋଲିସ ର ସ୍ଵତନ୍ତ୍ର ଟିମ ଅନ୍ୟ ରାଜ୍ୟରେ ତଦନ୍ତ କରୁଛି। NIA, CBI ସହ ଯୋଗାଯୋଗ ଚାଲିଛି। ରାଜୁ କହିଥିବା ହୋଟେଲ ଲିଙ୍ଗରାଜରୁ ମିଳିନି କିଛି ତଥ୍ୟ । ହେଲେ ରାଜୁ the next hotel ରେ ରହୁଥିଲା ବୋଲି ମିଳିଛି ତଥ୍ୟ। ଆବଶ୍ୟକ ପଡିଲେ ପୁଣି ଥରେ ରାଜୁକୁ ରିମାଣ୍ଡରେ ଅଣାଯିବ।