ଖେଳ

ଆଜି ଜାତୀୟ କ୍ରୀଡ଼ା ଦିବସ: କିଶୋର, ଲାଜରୁସ ଓ ସୁକେଶଙ୍କୁ ଦିଆଯିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଜି ଜାତୀୟ କ୍ରୀଡ଼ା ଦିବସ । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ପାଇଁ ଏହି ଦିବସ ଉତ୍ସର୍ଗୀକୃତ । ହକି ପାଇଁ ଅତୁଳନୀୟ ତାଙ୍କ ଅବଦା ନ। ତାଙ୍କ ନେତୃତ୍ବରେ ଭାରତ ୩ ଥର ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ଜିତିଥିଲା । ୧୯୨୮, ୧୯୩୨ ଓ ୧୯୩୬ରେ ବିଜୟୀ ହୋଇଥିଲା । ଆଜିର ଦିନରେ କ୍ରୀଡ଼ା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥାଏ ।ରାଜୀବ ଗାନ୍ଧୀ, ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଥାଏ । ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। କିଶୋର, ଲାଜରୁସ, ସୁକେଶ ପୁରସ୍କୃତ ହେବେ । ହକି କ୍ଷେତ୍ରରେ ଅବଦାନ ପାଇଁ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ତଥା ଅଲମ୍ପିଆନ ଲାଜରୁସ ବାର୍ଲା ସମ୍ମାନିତ ହେବେ। ପାରା କ୍ରୀଡ଼ା କ୍ଷେତ୍ରରେ ଅବଦାନ ଲାଗି ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ ଶ୍ରେଷ୍ଠ ପାରା କ୍ରୀଡ଼ା ସମ୍ମାନ ପାଇବେ।

କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ସୁକେଶ ରଞ୍ଜନ ବେହେରା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଜାଭେଲିନ୍ ଥ୍ରୋର ଉଦ୍ଦୀୟମାନ ଖେଳାଳି କିଶୋର ଜେନାଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଟୋକିଓ ଏବଂ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଅମିତ ରୋହି ଦାସଙ୍କୁ ହକି ଖେଳ ପ୍ରତି ଉତ୍ସାହିତ କରିବାରେ ବିଜୟ ଲାକ୍ରାଙ୍କ ବଡ଼ ଭୂମିକା ରହିଥିଲା । ହକି ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ଲାଗି ବିଜୟଙ୍କୁ ଶେଷ୍ଠ ପ୍ରଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button