ରାଜ୍ୟ

ରାଜଧାନୀରେ ଚାଞ୍ଚଲ୍ୟ, ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ପିଶାଚ ପଡୋଶୀ

ଭୁବନେଶ୍ୱର : ରାଜଧାନୀରେ ପୁଣି ଲଜ୍ଜା । ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଏୟାରପୋର୍ଟ ଥାନା ଅଞ୍ଚଳରେ ଦୁଷ୍କର୍ମ ଅଭିଯୋଗ । ପଡ଼ୋଶୀ ଘରର ଯୁବକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର । ଅଭିଯୋଗ ପରେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ସୂଚନା ଅନୁସାରେ ପଡ଼ୋଶୀ ଘରର ୩୦ ବର୍ଷ ବୟସ୍କ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ନିନ୍ଦନୀୟ ଘଟଣା । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖ୍ ପଚରାଉଚରା କରୁଛି। ଭୁବନେଶ୍ବର ଡିସିପି ଏହି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button