ଖେଳ

ଇଂଲଣ୍ଡ ୨୫୩ରେ ଅଲଆଉଟ – Ibnodisha

[ad_1]

ବିଶାଖାପାଟଣା : ବିଶାଖାପାଟଣା ଟେଷ୍ଟର ୨ୟ ଦିନରେ ନିଜର ସ୍ଥିତି ସୁଦୃଢ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲ ଆଉଟ ହେବା ପରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସରେ ୧୪୩ ରନରେ ଆଗୁଆ ରହିଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ କ୍ରାଉଲି ୭୬ରନ କରିଥିବାବେଳେ ବେନ୍ ଡକେଟ୍ ୨୧ରନ କରିଥିଲେ । ଆଜି ଭାରତ ନିଜର ଗତକାଲିର ସ୍କୋର ୩୩୬/୬ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତକାଲ ଅପରାଜିତ ଥିବା ଯଶସ୍ବୀ ଜୟସ୍ବାଲ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୨୦୯ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ଭାରତର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଅଧିନାୟକ ରୋହିତ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ ୩୪ ରନ କରିଥିବାବେଳେ ଶ୍ରେୟସ ଆୟର ଓ ରଜତ ପଟ୍ଟିଦାର ଯଥାକ୍ରମେ ୨୭ ଓ ୩୨ ରନ କରିଥିଲେ । ଅକ୍ଷର ପଟେଲ ୨୭ ରନ କରିଥିଲେ । ଶ୍ରୀକର ଭାରତ ୧୭ ରନ ଓ ଆର.ଅଶ୍ବୀନ ୨୦ ରନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button