ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର-ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ରଖହରି ବାଘ । ଗୁରୁତର ଜଣକ ହେଲେ କ୍ଷୀରସିନ୍ଧୁ ପୂଜାରୀ । ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଡାକ୍ତରଖାନା ଯାଇ ପୁଲିସ ଶବ ଜବତ କରିଛି। ଗୁରୁତର କ୍ଷୀରସିନ୍ଧୁଙ୍କୁ ଅଧିକା ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବା ନେଇ ଡାକ୍ତର ମନୀଷ କୁମାର ପୁରୋହିତ ପ୍ରକାଶ କରିଛନ୍ତି। ମୃତକ ଜଣେ ଗରିବ ଶ୍ରେଣୀର ହୋଇ ଥିବାରୁ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button