ରାଜ୍ୟ

ବ୍ୟାପୁଛି ଝାଡ଼ାବାନ୍ତି; ଜଣେ ମୃତ, ୧୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ – Ibnodisha

[ad_1]

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ହୀରାକୁଦରେ ବ୍ୟାପୁଛି ଡାଇରିଆ। ସହରର ଘରେ ଘରେ ଡାଇରିଆ ରୋଗୀ। ଅଭିଯୋଗ ହୋଇଛି, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ହୀରାକୁଦ ସହର କାଳୁପଡ଼ାର ଟିକେଶ୍ୱର ନାୟକ। ପରିବାର ଲୋକଙ୍କ କହିବା ଅନୁସାରେ, ଝାଡାବାନ୍ତି ହେବାରୁ ପ୍ରଥମେ ତାଙ୍କୁ ହୀରାକୁଦ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା। ୧୩୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତି କବ୍‌ଜାରେ ହୀରାକୁଦ ସହରର କାଳୁପଡ଼ା, ଗୁରୁସଦ୍ୱାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, ନିୟୁ ମାର୍କେଟ କଲୋନୀ ପ୍ରମୁଖ ପଡ଼ା ରହିଛି। ଦେଖିବାକୁ ଗଲେ ଏବେ ପ୍ରତି ପଡ଼ାରେ ପ୍ରତିଦିନ କେହି ନା କେହି ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଉଛି ତ ଆଉ କାହାକୁ ମେଡ଼ିକାଲ୍‌ରେ ଚିକିତ୍ସା କରାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button