ଅପରାଧ

ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ଗିରଫ – Ibnodisha

[ad_1]

ଭୁବନେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଅଭିଯୋଗକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବାକୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ।

କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡ୍ରାଇଭିଂ ଲାଇସେନ୍ସ ଦେବେ ନାହିଁ ବୋଲି ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଲାଞ୍ଚ ନେଇ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର ଅନ୍ୟାନ୍ୟ ତଦନ୍ତ ମଧ୍ୟ ଜାରି ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button