ଅପରାଧ

ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ସରକାରୀ ଶିକ୍ଷକ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରାରେ ଥିବା ଏକ ସରକାରୀ ସ୍କୁଲ ଭିତରେ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଷାକ ଖୋଲି ଶିକ୍ଷକ ଶ୍ରେଣୀଗୃହ ଭିତରେ ଛାତ୍ରୀଙ୍କ ସହିତ ଜୋରଜବରଦସ୍ତ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ । ଏହି ଘଟଣା ଶ୍ରେଣୀଗୃହରେ ଲାଗିଥିବା ସିସିଟିଭି ଫୁଟେଜରେ କେଦ ହୋଇଯାଇଥିଲା । ପୁଲିସ ଏହି ଘଟଣାର ଯାଞ୍ଚ କରିବା ସମୟରେ ଏଭଳି ଏକ ଲଜ୍ଜାକର ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନ?ାକୁ ଆସିବା ପରେ ଶିକ୍ଷକ ଫେରାର ହୋଇଯାଇଛନ୍ତି । ପୁଲିସ ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ଯଥାଶୀଘ୍ର ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି । ଏହି ଅଭାବନୀୟ ଘଟଣା କୋସିକଲା ଥାନା ଅଞ୍ଚଳସ୍ଥ ଗ୍ରାମରେ ଥିବା ସରକାରୀ ସ୍କୁଲରେ ଘଟିଛି । ୯ମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରୀ ଦୁଇଦିନ ହେବ ସ୍କୁଲ ଯାଉ ନଥିଲା ।

ପରିବାରଲୋକ ଛାତ୍ରୀଙ୍କୁ ସ୍କୁଲ ନଯିବାର କାରଣ ପଚାରିବାରୁ ସେ ଯାହା ଉତ୍ତର ଦେଇଥିଲା ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । କାରଣ ଛାତ୍ରୀ ଜଣକ କହିଥିଲେ, ‘ମୁଁ ନଭେମ୍ବର ୬ ତାରିଖରେ ସ୍କୁଲ ଯାଇଥିଲି । ଗୋବିନ୍ଦ ନାମକ ସାର ସ୍କୁଲ ଛୁଟି ହେବାପରେ ମୋତେ କହିଥିଲେ କାମ ଅଛି ତୁ ଶ୍ରେଣୀଗୃହରେ ଥିବୁ । ସାରଙ୍କ କଥା ମାନି ସ୍କୁଲ ଛୁଟି ପରେ ସବୁ ପିଲା ଚାଲିଯିବା ସତ୍ତ୍ୱେ ମୁଁ ଶ୍ରେଣୀଗୃହରେ ରହିଥିଲି । ଏହାପରେ ଗୋବିନ୍ଦ ସାର ଆସି ନିଜର ସବୁ ପୋଷାକ ଖୋଲି ମୋ ସହିତ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ ।

ମୁଁ ଏପରି କରିବାକୁ ବାରଣ କରିବାକୁ ସେ ମୋ ଉପରେ ଏସିଡ ପକାଇ ଜାଳି ଦେବେ ବୋଲି କହିଥିଲେ । ଏହି ସମୟରେ ପିଅନଙ୍କ ଆସିବା ଶବ୍ଦ ଶୁଣି ଶିକ୍ଷକ ପୋଷାକ ପିନ୍ଧି ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଆଉ ମୁଁ ତାଙ୍କ କବଳରୁ ମୁକୁଳି ଘରକୁ ଚାଲି ଆସିଥିଲି । ସେହି ଭୟରେ ମୁଁ ଆଉ ସ୍କୁଲ ଯାଉ ନଥିଲି ।’ ପୀଡ଼ିତା ଝିଅଙ୍କ ଠାରୁ ପରିବାରଲୋକ ଏକଥା ଶୁଣିବା ପରେ ସ୍କୁଲ ପ୍ରଧାନଶିକ୍ଷକ ଓ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଓ ପ୍ରଧାନଶିକ୍ଷକ ଶ୍ରେଣୀଗୃହରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଛାତ୍ରୀ କରୁଥିବା ଦାବି ସତ ପ୍ରମାଣିତ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button