ଦେଶ

ମଦ୍ରାସାରେ ପଢୁଛନ୍ତି ୭୦୦ରୁ ଅଧିକ ହିନ୍ଦୁ ଛାତ୍ର – Ibnodisha

[ad_1]

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ବହୁ ହିନ୍ଦୁ ଛାତ୍ରଛାତ୍ରୀ ମଦ୍ରାସାରେ ପାଠ ପଢୁଛନ୍ତି । ଜଣେ କି ଦି’ ଜଣ ନୁହେଁ, ପ୍ରାୟ ୭୦୦ରୁ ଅଧିକ ହିନ୍ଦୁ ଛାତ୍ର ମଦ୍ରାସା ଯାଉଛନ୍ତି । ହରିଦ୍ୱାର, ଉଦ୍ଧମସିଂହ ନଗର ଏବଂ ନୈନିତାଲ ଜିଲ୍ଲାରେ ଏହା ଅଧିକ ଦେଖାଯାଇଛି । ଉତ୍ତରାଖଣ୍ଡ ବାଳ ସଂରକ୍ଷଣ ଆୟୋଗର ରିପୋର୍ଟରେ ଏହି ବଡ ଖୁଲାସା ହୋଇଛି, ଯାହାକି ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ କାହିଁକି ହିନ୍ଦୁ ପରିବାର ନିଜ ପିଲାଙ୍କୁ ମଦ୍ରାସା ଛାଡୁଛନ୍ତି ତାହା ଜାଣିବାକୁ ଆୟୋଗ ତଦନ୍ତ ଆରମ୍ଭ କରିଦେଇଛି । ବିଭିନ୍ନ ସ୍କୁଲରେ ନିୟମଗୁଡିକର ଠିକ୍ ଭାବେ ପାଳନ କରାଯାଉନଥିବା ନେଇ ବାଳ ସଂରକ୍ଷଣ ଆୟୋଗ ନିକଟରେ ଅଭିଯୋଗ ହୋଇଥିଲା । ଏହାର ଯାଞ୍ଚ କରିବା ସମୟରେ ମଦ୍ରାସାରେ ହିନ୍ଦୁ ପିଲାଙ୍କ ଶିକ୍ଷା ଘଟଣା ସାମ୍ନାକୁ ଆସିଥିଲା । ବିଶେଷକରି ରାଜ୍ୟର ତିନୋଟି ଜିଲ୍ଲା ହରିଦ୍ୱାର, ଉଦ୍ଧମସିଂହ ନଗର ଓ ନୈନିତାଲରେ ସ୍କୁଲ ସହିତ ମଦ୍ରାସାଗୁଡ଼ିକର ସଞ୍ଚାଳନ କରାଯାଉଛି । ଏହି ଜିଲ୍ଲାରେ ଥିବା ୩୦ରୁ ଅଧିକ ମଦ୍ରାସାରେ ୭୪୯ ଜଣ ଅଣ-ମୁସଲିମ ଛାତ୍ର ଇସଲାମିକ ଶିକ୍ଷା ଗ୍ରହଣ କରୁଛନ୍ତି ।

ତେବେ ଏମିତି କ’ଣ ଦରକାର ପଡିଲା, ଯେଉଁଥିପାଇଁ ହିନ୍ଦୁ ବାପାମାଆ ପିଲାଙ୍କୁ ମଦ୍ରାସା ପଠାଇଲେ ତାହାର ଯାଞ୍ଚ ଚାଲିଛି । ଏନେଇ ଉତ୍ତରାଖଣ୍ଡ ବାଳ ସଂଗକ୍ଷଣ ଆୟୋଗର ଅଧ୍ୟକ୍ଷା ଗୀତା ଖନ୍ନା ଇଟିଭି ଭାରତକୁ କହିଛନ୍ତି, ”ଅନେକ ଦିନ ହେଲା ସ୍କୁଲଗୁଡିକ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଥିଲା । ତେଣୁ ଏହାର ଯାଞ୍ଚ ପାଇଁ ଆୟୋଗ ନିଷ୍ପତ୍ତି ନେଇଥିଲା । ଯାଞ୍ଚ ବେଳେ ଗୋଟିଏ ପଟେ ସ୍କୁଲ ଓ ଅନ୍ୟପଟେ ଅନେକ ସ୍ଥାନରେ ମଦ୍ରାସା ଚାଲୁଥିବା ଜଣାପଡିଥିଲା । ମଦ୍ରାସା ଗୁଡିକର ଯାଞ୍ଚ କରିବା ପରେ ସେଠାରେ ଅନେକ ହିନ୍ଦୁ ପିଲା ପାଠ ପଢୁଥିବା ଜଣାଯାଇଛି । ତିନୋଟି ଜିଲ୍ଲାରେ ମଦ୍ରାସାରେ ପଢୁଥିବା ଅଣ-ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୪୯ ରହିଛି । କାହିଁକି ହିନ୍ଦୁ ପରିବାର ନିଜର ପିଲାଙ୍କୁ ସ୍କୁଲ ନପଠାଇ ମଦ୍ରାସା ଛାଡୁଛନ୍ତି, ତାହାର କାରଣ ଜାଣିବାକୁ ଆୟୋଗ ତଦନ୍ତ ଆରମ୍ଭ କରିଦେଇଛି । ଆର୍ôଥକ ଲାଭ, ଲୋଭ ନା ଅଜ୍ଞନତା ପାଇଁ ବାପାମାଆ ପିଲାଙ୍କୁ ମଦ୍ରାସାରେ ପଢ଼ାଉଛନ୍ତି, ଏହା ଜାଣିବାକୁ ବାଳ ସଂରକ୍ଷଣ ଆୟୋଗ ସମେତ ଶିକ୍ଷା ବିଭାଗ ମଧ୍ୟ ଛାନଭିନ୍ ଆରମ୍ଭ କରିଛି ।
ଯୌତୁକ ଜୁଇରେ ଆଉ ଜଣେ ନବବଧୂ, ପ୍ରେମିକ ଘରେ ପ୍ରେମିକାର ଆତ୍ମହତ୍ୟା !

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button