ରାଜ୍ୟ

ବାଘ ପାଇଁ ସ୍କୁଲ ଛୁଟି

ଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡମାଲ ଗୋଳାବାରୁଦ କାରଖାନା ଭିତରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଭିତରକୁ ଏକ କଲରାପତରିଆ ବାଘ ପଶିଥିବା ଜଣାପଡ଼ିଛି। ଗତ କଲି ରାତିରେ ଏକ କଲରାପତରିଆ ବାଘ ସ୍କୁଲ ଭିତରକୁ ପଶୁଥିବାର ସ୍ଥାନୀୟଲୋକେ ଓ ସ୍କୁଲ କର୍ମଚାରୀ ଦେଖିଥିଲେ। ବାଘଟି ସ୍କୁଲ ଭିତରେ ରହିଥିବା ସନ୍ଦେହ କରି ଆଜି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ଖବରଟି ପ୍ରଚାର ହେବା ପରେ ଟିଟିଲାଗଡ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ସ୍କୁଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଜଗି ରହିଛନ୍ତି । ବଡମାଲ ଗୋଳାବାରୁଦ କାରଖାନାଟି ଜଙ୍ଗଲ ଭିତରେ ଥିବାରୁ ଏହା ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ସମୟରେ ଲୋକେ ବଘକୁ ଦେଖିଥିବାରୁ ବନ ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button