ରାଜ୍ୟ

ନବନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକ ସଂଘ ତରଫରୁ ସ୍ଵାଗତ

ଲାଞ୍ଜିଗଡ: ସରକାରଙ୍କ ନିର୍ଦେଶ କ୍ରମେ ଗତ ୭ ତାରିଖରେ ନୂତନ ଭାବେ ୪୯ ଜଣ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲରେ ଯୋଗଦେଇଛନ୍ତି, ଏହି ଅବସର ରେ ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘ ନବନିଯୁକ୍ତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଆୟୋଜନ କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଭରତ ଭୂଷଣ ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘ ସଭାପତି, ପ୍ରମୋଦ କୁମାର ମହାନ୍ତି, ସମ୍ପାଦକ ଏମ୍.ଏସ୍. ଶେଖର, ଉପଦେଷ୍ଠା ତପନ କୁମାର ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button