ରାଜ୍ୟ

ଗଞ୍ଜାମ ସହରରେ ନାହିଁ ଯାତ୍ରୀ ବିଶ୍ରାମଗାର; ହନ୍ତସନ୍ତ ଯାତ୍ରୀ

ଗଞ୍ଜାମ: ଦୀର୍ଘ ଦିନ ହେଲା ଗଞ୍ଜାମ ସହରରେ ଯାତ୍ରୀ ବିଶ୍ରାମଗାରଟିଏ ନାହିଁ। ଯାହା ଫଳରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକ ଓ ଛାତ୍ରଛାତ୍ରୀ ଖରା, ବର୍ଷାରେ ଘୋର ଅସୁବିଧାର ସମୁଖୀନ ହେଉଛନ୍ତି। ଗଞ୍ଜାମ ବଡ଼ ବଜାର, କିମ୍ବା ସାନ ବଜାର କେଉଁଠି ହେଲେ ଯାତ୍ରୀ ବିଶ୍ରାମଗାର ନାହିଁ। ଏହି ସମସ୍ୟା ପ୍ରତି କାହାର ଦୃଷ୍ଟି ନାହିଁ।

ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହରରେ ରହିଛି ବ୍ଲକ, ବ୍ୟାଙ୍କ, ତହସିଲ ଅଫିସ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ, ଫଳରେ ୧୫ଟି ପଂଚାୟତର ଲୋକମାନେ ବିଭିନ୍ନ କାର୍ଯ୍ୟ ନେଇ ଗଞ୍ଜାମକୁ ଆସିଥାନ୍ତି। କାର୍ଯ୍ୟ ସାରିବା ପରେ ସେମାନେ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥାନ୍ତି। ଦୁର୍ଭାଗ୍ୟର କଥା ଯାତ୍ରୀ ବିଶ୍ରାମଗାର ନଥିବା ଯୋଗୁଁଁ ଲୋକଙ୍କୁ ବାଧ୍ୟ ହୋଇ କେଉଁ ଦୋକାନ ପାଖରେ କିମ୍ବା ବ୍ଲକ ସମ୍ମୁଖରେ ରହିଥିବା ପରିବା ବିକ୍ରି ପିଣ୍ଡିରେ ହିଁ ଅପେକ୍ଷା କରିବାକୁ ପଡ଼ିଥାଏ। ସେହିପରି ଛାତ୍ରୀଛାତ୍ରମାନେ ଗଞ୍ଜାମ କଲେଜ, ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟକୁ ପଢିବା ପାଇଁ ଆସିଥା’ନ୍ତି। ଘରକୁ ଯିବା ପାଇଁ ସେମାନେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ସେହି ପିଣ୍ଡିରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି। ଏସବୁ ସମସ୍ୟା ସହରରେ ରହିଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ରାଜନେତାଙ୍କ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁଁ ଏହି ସମସ୍ୟା ସମାଧାନ ହେଇପାରୁନାହିଁ ଏବଂ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button