ରାଜ୍ୟ

ବଡଝରା ଗାଁରେ ଆତଙ୍କ: କୁକୁର କାମୁଡ଼ାରେ ୫ ଗୁରୁତର

କାମାକ୍ଷାନଗର: ବଡ଼ଝରା ଗାଁରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛିl କୁକୁର କାମୁଡ଼ାରେ ୫ରୁ ଅଧିକ ଗୁରୁତର ହୋଇଛନ୍ତିl ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛିl

ସୂଚନା ଅନୁସାରେ ଆଜି ସକାଳୁ ଗାଁର ନୂଆସାହି, ପୁରୁଣା ସାହି, ଉପରସାହିରେ ପାଗଳ କୁକୁରର ଆତଙ୍କ ଦେଖାଯାଇଛିl କୁକୁରଟି ଗାଁରେ ପାଗଳ ହୋଇ ବୁଲୁଥିବା ବେଳେ ପ୍ରାୟ ୫ ଜଣ ଗ୍ରାମବାସୀଙ୍କୁ କାମୁଡ଼ି ଦେଇଛିl କୁକୁର କାମୁଡ଼ିବା ଫଳରେ ବିଭିନ୍ନ ଲୋକଙ୍କର ଗୋଡ଼, ହାତ, ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ଗାଁର ଛବି ସାହୁ ମେଡ଼ିକାଲ ଥିବାବେଳେ ଅନ୍ୟମାନେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

କୁକୁର କାମୁଡ଼ା ଫଳରେ ବଡ଼ଝରା ଗାଁ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ତୁରନ୍ତ ପ୍ରଶାସନ ତରଫରୁ ପାଗଳ କୁକୁରକୁ କାବୁ କରିବା ନେଇ ଲୋକେ ଦାବି କରିଛନ୍ତି l

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button