IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ପରେ ବି ନିଜର ଆତ୍ମୀୟଙ୍କ ସହ ହୋଇପାରିବେ କଥା, କରନ୍ତୁ ଏପରି କାମ

ନୂଆଦିଲ୍ଲୀ: ଯଦି ଆମ ନିଜର କେହି ମରିଯାଏ, ତା’ର ଦୁଃଖ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଲୋକମାନେ ଭାବନ୍ତି ଯେ ଏପରି କିଛି ଘଟୁ ଯେ ସେହି ବ୍ୟକ୍ତି ଆମ ପାଖକୁ ଫେରି ଆସୁ କିମ୍ବା ଆମେ ତାଙ୍କୁ ପୁଣି ଦେଖିପାରିବା… ଯଦି ଆପଣ ମଧ୍ୟ ଏହିପରି ଭାବନାକୁ ଆପଣଙ୍କ ମଧ୍ୟରେ ରଖିଛନ୍ତି ତେବେ ଆପଣଙ୍କ ସ୍ୱପ୍ନଗୁଡ଼ିକ ଖୁବ ଶୀଘ୍ର ପୁରା କରିପାରିବେ ।

ନିକଟରେ ଡିଡବ୍ଲୁ ଏକ ଭିଡିଓ ରିପୋର୍ଟ ପ୍ରକାଶ କରିଥିଲା ​​ଯେଉଁଥିରେ ସେ ଏହା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲା । ସେହି ରିପୋର୍ଟ ଅନୁଯାୟୀ, ମାଇକେଲ ବୋମର ନାମକ ଜଣେ ବ୍ୟକ୍ତି ଏଟରନୋସ ନାମକ ଏକ ଆମେରିକୀୟ କମ୍ପାନୀ ସହ ମିଶି ନିଜର ଏଆଇ ସଂସ୍କରଣ ପ୍ରସ୍ତୁତ କରିଥିଲେ ।

ବୋମାର ଏହା କରିବାକୁ ଚାହୁଁଥିଲେ ଯେପରି ତାଙ୍କ ପରିବାର ସଦସ୍ୟମାନେ ଯେତେବେଳେ ତାଙ୍କୁ ମନେ ପକେଇବେ ସେ ତାଙ୍କ ସହ କଥା ହୋଇପାରିବେ । ବୋମର ତାଙ୍କର ସ୍ମୃତି, ସ୍ୱର ଏବଂ ବ୍ୟକ୍ତିତ୍ୱ ଡିଜିଟାଲ୍ ଭାବରେ କଏଦ କରିଥିଲେ । ଏହି ଟେକନିକର ବିକାଶ ପାଇଁ, ବୋମର ଅନେକ ବ୍ୟକ୍ତିଗତ କାହାଣୀ ଏବଂ ଅଭିଜ୍ଞତା ବାଣ୍ଟିଥିଲେ ।

ଇଣ୍ଟରେଷ୍ଟିଙ୍ଗ ଇଞ୍ଜିନିୟରିଂ ଅନୁଯାୟୀ, ପ୍ରାରମ୍ଭରେ ଏଆଇ ୩୦୦ ଶବ୍ଦ କିମ୍ବା ବାକ୍ୟକୁ ରେକର୍ଡ କରେ ଏବଂ ତାପରେ ସେଗୁଡ଼ିକୁ କଥାରେ ପରିଣତ କରେ । ଏହା ପରେ, ଏହା ଆପଣଙ୍କ ଜୀବନ ସହିତ ଜଡିତ ୧୫୦ଟି କାହାଣୀ ଅନ୍ତର୍ଭୂକ୍ତ କରିଥାଏ, ଏଥିରେ ବିଶେଷ କରି ସେହି ସବୁକୁ ଧ୍ୟାନ ଦିଆଯାଏ ଯେ, ସେହି କଥା ଗୁଡୁକୁ ବେଶିରୁ ବେଶି ଏକାଠି କରାଯିବ ଯାହାକୁ ଆପଣ ଅନ୍ୟମାନଙ୍କୁ ଦେବାକୁ ଚାହୁଁଛନ୍ତି ।

ବୋମାର ସମ୍ବନ୍ଧୀୟ ଏହି ସୂଚନା ଏକ ଏଆଇ କ୍ଲାଉଡ୍ ଆଧାରିତ ଡାଟାବେସରେ ସଂଗୃହିତ କରାଯାଇଛି । ଯଦି ଆପଣ ଏଆଇ ସହିତ ଜଡିତ ପ୍ରଶ୍ନର ଉତ୍ତର ଦେବାକୁ ପଚାରିବେ, ଏହା ଶବ୍ଦକୁ ଟିକିଏ ମିଶାଇ ଆପଣଙ୍କର ଉତ୍ତର ଦେବ ।

ଏଆଇକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ବୋମାର ଭଳି କଥାବାର୍ତ୍ତା କରିବ, ସେ ଯେପରି କଥାବାର୍ତ୍ତା କରନ୍ତି ଏବଂ ତାଙ୍କ ଚରିତ୍ର ଯେପରି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଆଇ ବିଶେଷ ଭାବରେ ବୋମାର ଏବଂ ତାଙ୍କ ପରିବାରକୁ ପ୍ରଭାବିତ କରିଥିଲା ​​।

ଏହି ଏଆଇ ସଂସ୍କରଣର ପ୍ରାରମ୍ଭିକ ପରୀକ୍ଷଣରେ, ବୋମାର ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସହ ବାର୍ତ୍ତାଳାପ ସମୟରେ, ଏଆଇ ତାଙ୍କ ଭଳି ଆଚରଣ କରିଥିଲା ଏବଂ ଜର୍ମାନ ଏବଂ ଇଂରାଜୀ ଭାଷାରେ ଯୋଗାଯୋଗ କରିବାରେ ଏହା ଆରାମଦାୟକ ଥିଲା ।

ଯଦି ଏହି ଟେକ୍ନୋଲୋଜି ସଫଳ ହୁଏ ତେବେ ଆଗାମୀ ଦିନରେ ଏହାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଏହା ଲୋକମାନଙ୍କୁ ନିଜ ଜୀବନରେ ଯାହା ଅର୍ଥପୂର୍ଣ୍ଣ ମନେ କରେ ତାହା ପ୍ରକାଶ କରିବାକୁ ଏକ ସୁଯୋଗ ଦେଇଥାଏ ଏବଂ ଏହା ନିଶ୍ଚିତ କରେ ଯେ ଏହା ସେମାନଙ୍କର ଶାରୀରିକ ଉପସ୍ଥିତି ବାହାରେ ଚାଲିଥାଏ । ଚାରି ପୁଅର ପିତା ବୋମାରଙ୍କ ପାଇଁ ତାଙ୍କ ଡିଜିଟାଲ୍ ସ୍ୱରର ବିକାଶ ତାଙ୍କ ପିଲାମାନଙ୍କ ସହିତ ଏକ ଭାବପ୍ରବଣ ମୁହୂର୍ତ୍ତରେ ପରିଣତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button