ଦେଶ

କେଜ୍ରିୱାଲ ଜଣେ ସ୍ୱାଧୀନତା ସଂଗ୍ରାମୀ ସଦୃଶ:ସୁନୀତା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି କାରଣରୁ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ବେଶ ସକ୍ରିୟ ରହିଛନ୍ତି। ଶୁକ୍ରବାର ସୁନୀତା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ସୁନୀତା କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଆପ ପାର୍ଟି ଏକ ନୂଆ ଅଭିଯାନ ଆରମ୍ଭ କରୁଛନ୍ତି। ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କ ସହ ଛିଡା ହେବାକୁ ଅନୁରୋଧ କରିଛନ୍ତି ସୁନୀତା। ନୂତନ ଅଭିଯାନ ଆରମ୍ଭ କରିବା ସହ ଏକ ହ୍ୱାଟସଆପ୍‌‌ ନମ୍ବର (୮୨୯୭୩୨୪୬୨୪) ଜରିଆରେ କେଜ୍ରିୱାଲଙ୍କୁ ଅଧିକ ମାତ୍ରାରେ ସପୋର୍ଟ କରିବା ସହ ଯଥାସମ୍ଭବ ଆଶୀର୍ବାଦ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ହ୍ୱାଟସଆପ୍‌‌ ନମ୍ବରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ, ଶୁଭେଚ୍ଛା ଏବଂ ପ୍ରାର୍ଥନା ପଠାଇ ପାରିବେ ବୋଲି ସୁନୀତା କହିଛନ୍ତି। କେଜ୍ରିୱାଲ ଜଣେ ସ୍ୱାଧୀନତା ସଂଗ୍ରାମୀ ସଦୃଶ୍ୟ। ଦେଶ ପ୍ରେମ ତାଙ୍କ ରକ୍ତରେ ବସିଛି। ଭ୍ରଷ୍ଟାଚାର ବିରୋଧରେ ସେ ଲଢେଇ କରୁଥିବାରୁ ତାଙ୍କ ସ୍ୱରକୁ ଦବାଇବାକୁ ପ୍ରୟାସ କରାଯାଇଛି। ଏହି ବାର୍ତ୍ତା କେଜ୍ରିୱାଲଙ୍କ ପାଖରେ ପହଂଚିବ ବୋଲି ସୁନୀତା ସ୍ପଷ୍ଟ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button