ଦେଶ

କୋଟାରୁ ଆଉ ଜଣେ ଛାତ୍ରୀ ନିଖୋଜ; ୪ ମାସରେ ୪ର୍ଥ ନିଖୋଜ ମାମଲା – Ibnodisha

[ad_1]

ରାଜସ୍ଥାନ : କୋଟା ଦେଶର ଅନ୍ୟତମ ପ୍ରମୁଖ ପ୍ରଶିକ୍ଷଣ ସହର ଭାବେ ପରିଚିତ କୋଟାରୁ ଆଉ ଜଣେ ଛାତ୍ରୀ ନି‌ଖୋଜ ହୋଇଯାଇଛନ୍ତି। ଗତ ୪ ମାସ ମଧ୍ୟରେ ଏହା ୪ର୍ଥ ନିଖୋଜ ମାମଲା ଅଟେ। ପୁଲିସ ସୂଚନାନୁସାରେ, ଉତ୍ତରପ୍ରଦେଶର ତୃପ୍ତି ସିଂହ (୨୦) ନିଟ୍‌ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରଶିକ୍ଷଣ ନେବାକୁ ୨୦୨୩ରେ କୋଟା ଆସିଥିଲେ। ସେଠାରେ ଜଣଙ୍କ ଘରେ ପେଇଂ ଗେଷ୍ଟ ଭାବେ ରହୁଥିଲେ। ଏପ୍ରିଲ୍‌ ୨୧ ତାରିଖ ସକାଳ ୭ଟାରେ ସେ ଘରୁ ଏକ ପରୀକ୍ଷା ଦେବା ପାଇଁ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ସେ ରହୁଥିବା ଘରର ମାଲିକ ଅନେକ ଥର ତୃପ୍ତିଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ, କିନ୍ତୁ ମୋବାଇଲ୍‌ ‌ବନ୍ଦଥିବାରୁ ଯୋଗାଯୋଗ ହୋଇପାରିନଥିଲା। ଏପ୍ରିଲ୍‌ ୨୩ ତାରିଖରେ, ସ୍ଥାନୀୟ ପୁଲିସ ଥାନାରେ ସେ ନିଖୋଜ ମାମଲା ରୁଜୁ କରିଥିଲେ। ପୁଲିସ ଆଖପାଖ ଅଂଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଯାଞ୍ଚ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button