ଓଡ଼ିଶା ସୂଚନା ସେବା କ୍ୟାଡ୍ର ପୁନର୍ବିନ୍ୟାସ; ସୃଷ୍ଟି ହେବ ୬୧ ନୂଆ ପଦବୀ, ୪ ପଦବୀ ଉଚ୍ଛେଦ – Ibnodisha
[ad_1]
ଭୁବନେଶ୍ୱର: ଓଡ଼ିଶା ସୂଚନା ସେବା କ୍ୟାଡର ପୁନର୍ବିନ୍ୟାସ ହୋଇଛି । ୬୧ଟି ନୂଆ ପଦବୀ ସୃଷ୍ଟି ହେଉଥିବାବେଳେ ୪ଟି ପଦବୀ ଉଚ୍ଛେଦ କରାଯିବ । ସେହିପରି ଓଡ଼ିଶା ବନ ସେବା ଶ୍ରେଣୀ କ(କନିଷ୍ଠ ବର୍ଗ) ନିଯୁକ୍ତି ପଦ୍ଧତି ଓ ସେବା ନିୟମ-୨୦୧୩ ଏବଂ ଓଡ଼ିଶା ବନସେବା ଶ୍ରେଣୀ-ଖ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ନିୟମ-୨୦୧୩ର ସଂଶୋଧନ କରାଯାଇଛି । ଓଡ଼ିଶା ହସ୍ତଶିଳ୍ପ ସେବା(ଓଏଚ୍ଏସ୍) କ୍ୟାଡର ଏବଂ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା(ଓଏସ୍ଏଚଏସ୍) କ୍ୟାଡରର ପୁନର୍ବିନ୍ୟାସ ହୋଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ।
ଶନିବାର ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ଉନ୍ନୟନ କମିଶନର ଅନୁଗର୍ଗ କହିଛନ୍ତି ଯେ ବିଭିନ୍ନ ବିଭାଗରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଲୋକଭିମୁଖୀ ଯୋଜନାଗୁଡ଼ିକ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ କାର୍ଯ୍ୟ । ଏହି ଲୋକସମ୍ପର୍କ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସୂଚନା ସେବା ସଂବର୍ଗ(କ୍ୟାଡ୍ର)ର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପୁନର୍ବିନ୍ୟାସ ଦ୍ୱାରା ଓଡ଼ିଶା ସୂଚନା ସେବା ସଂବର୍ଗରେ ୬୧ଟି ପଦବୀ ସୃଷ୍ଟି ହେବା ସହ ୪ଟି ପଦବୀ ଉଚ୍ଛେଦ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହି ପୁନର୍ବିନ୍ୟାସ ସଂବର୍ଗକୁ କ୍ରିୟାଶୀଳ କରିବା ସହ ପଦୋନ୍ନତିର ସୁଯୋଗ ପ୍ରଦାନ କରିବ ।
ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଉକ୍ତ ନୂଆ ୬୧ଟି ପଦବୀରୁ ୪୬ଟି ପଦବୀ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରେ ସୃଷ୍ଟି କରାଯାଇଛି । ଏଥିମଧ୍ୟରୁ ୨୦ଟି ପଦବୀ ରାଜ୍ୟ ସ୍ତରୀୟ, ୨୦ଟି ଉପଖଣ୍ଡ ନିମନ୍ତେ, ୮ଟି ପଦବୀ ବିଭିନ୍ନ ବିଭାଗରେ ଲୋକ ସମ୍ପର୍କ ଅଧିକାରୀ ନିମନ୍ତେ, ୨ଟି ପଦବୀ ସାମାଜିକ ଗଣ ମାଧ୍ୟମ କାର୍ଯ୍ୟ ନିମନ୍ତେ, ୬ଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ନିମନ୍ତେ, ୨ଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ଭୁବନେଶ୍ୱର ତଥା କଟକ ନଗର ନିଗମ ନିମନ୍ତେ ଏବଂ ୮ଟି ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ।
ଶ୍ରୀମତୀ ଗର୍ଗ କହିଛନ୍ତି ଯେ,୧୦ଟି ପଦବୀ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା- କନିଷ୍ଠ ଶାଖା) ସ୍ତରରେ ସୃଷ୍ଟି କରାଯାଇଛି । ଏହି ୧୦ଟି ପଦବୀ ମଧ୍ୟରୁ ୪ଟି ପଦବୀ ହେଉଛି- ପବ୍ଲିକେଶନ ମ୍ୟାନେଜର, ଷ୍ଟୋର ଅଫିସର, ରିସର୍ଚ୍ଚ ଅଫିସର, ଓ ଡିଆଇପିଆରଓ ରାଉରକେଲା ପଦବୀ । ଅନ୍ୟ ୬ଟି ପଦବୀ ଗୁଡ଼ିକ ହେଉଛି ଗୋଟିଏ ଲୋକ ସମ୍ପର୍କ ଅଧିକାରୀ ପଦବୀ, ଓଡ଼ିଶା ବିଧାନସଭା ନିମନ୍ତେ, ଗୋଟିଏ ସାମାଜିକ ଗଣମାଧ୍ୟମ ପାଇଁ ସହକାରୀ ନିର୍ଦ୍ଦେଶକ ଏବଂ ୪ ଗୋଟି ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ । ସେହିପରି ୨ଟି ଉପ-ନିର୍ଦ୍ଦେଶକ ପଦବୀ, ୨ଟି ଯୁଗ୍ମ ନିର୍ଦ୍ଦେଶକ ପଦବୀ ଓ ଗୋଟିଏ ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
[ad_2]