ଦେଶ

ଦ୍ୱିତୀୟ ଥର ପାଇଁ ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା; ଶାହାଜହାନ୍‌କୁ କାହିଁକି ଗିରଫ କରାଯାଉନାହିଁ? – Ibnodisha

[ad_1]

କୋଲକାତା: ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ । ହାଇକୋର୍ଟ, ପ୍ରଶ୍ନ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଶାହାଜହାନ୍‌ଙ୍କୁ କାହିଁକି ଗିରଫ କରାଯାଇନାହିଁ? ଏତଦ୍‌ବ୍ୟତୀତ ହାଇକୋର୍ଟ ଅନୁମତି ମିଳିଥିବା ବ୍ୟକ୍ତିବିଶେଷ ତଥା ଆୟୋଗସ୍ତରୀୟ ଟିମ୍‌ଙ୍କୁ ପୁଲିସ୍ ପ୍ରଶାସନ କ’ଣ ପାଇଁ ସନ୍ଦେଶଖାଲି ଅଞ୍ଚଳକୁ ଯିବା ପାଇଁ ଦେଉନାହିଁ?

ସୋମବାର ସନ୍ଦେଶଖାଲି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାଗବତ୍ ପ୍ରସାଦ ଗୋପାଳିକାଙ୍କୁ ଉପରୋକ୍ତ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଗୋପାଳିକା, ଖଣ୍ଡପୀଠଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଆସନ୍ତା ୭ଦିନ ମଧ୍ୟରେ ଶାହାଜହାନ୍‌ଙ୍କୁ ଗିରଫ କରାଯିବ । ସେହିପରି ସନ୍ଦେଶଖାଲି ଅଞ୍ଚଳରେ ଏବେ ସ୍ଥିତି ବେଶ୍ ଉଷ୍ମ ଥିବା ବେଳେ ବ୍ୟକ୍ତିବିଶେଷ କିମ୍ବା ଆୟୋଗସ୍ତରୀୟ ପଦାଧିକାରୀଙ୍କୁ ଏଠାକୁ ଯିବା ଘାତକ ହୋଇପାରେ ବୋଲି ଆଶଙ୍କା କରାଯାଉଥିବାରୁ ପୁଲିସ୍ ସେମାନଙ୍କୁ ଅଟକାଉଥିବା ମୁଖ୍ୟ ଶାସନ ସଚିବ ସଫେଇ ଦେଇଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ହାଇକୋର୍ଟଙ୍କ ଖଣ୍ଡପୀଠ, ଶାହାଜହାନ୍‌ଙ୍କ ପକ୍ଷରୁ କରାଯାଇଥିବା ଆଗୁଆ ଜାମିନ୍ ଆବେଦନକୁ ମଧ୍ୟ ଆଜି ଖାରଜ କରିଦେଇଛନ୍ତି । ଇଡି, ସିବିଆଇ ଭଳି ତଦନ୍ତକାରୀ ଏଜେନ୍ସିଙ୍କୁ ମଧ୍ୟ ଶାହାଜହାନ୍ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାଗୁଡିକରେ ତଦନ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୋର୍ଟରେ ଆଜି ହାଜର ଥିବା ଶାସକ ଦଳ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଦୁଇ ରାଜ୍ୟ ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ ମନ୍ତବ୍ୟ ପାଇଁ ହାଇକୋର୍ଟ ଚେତାବନୀ ଦେଇଛନ୍ତି । ଅଭିଷେକ ଏବଂ ଏହି ଦୁଇ ମନ୍ତ୍ରୀ ନିକଟରେ କହିଥିଲେ, ନ୍ୟାୟପାଳିକା, ଶାହାଜହାନ୍‌ଙ୍କୁ ସୁରକ୍ଷା ଦେଉଥିବା କାରଣରୁ ତାଙ୍କୁ ଗିରଫ କରାଯାଇପାରୁନାହିଁ ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିର ମହିଳାମାନେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନେତା ଶାହାଜହାନ୍ ଓ ତାଙ୍କ ୨ ସହଯୋଗୀ ଶିବପ୍ରସାଦ ହାଜରା ଓରଫ ଶିବୁ ହାଜରା ଏବଂ ଉତ୍ତମ ସର୍ଦ୍ଦାର ମିଳିତ ଭାବେ ସେମାନଙ୍କ ପ୍ରତି ଦୀର୍ଘ ୧୧ ବର୍ଷ ଧରି କରିଆସୁଥିବା ଯୌନ ନିର୍ଯାତନା ଦେଇଆସୁଥିବା ଅଭିଯୋଗ କରିଛନ୍ତି । ବେଆଇନ୍ ଭାବେ ଜମି ହଡପ୍ କରିବା ଉଦ୍ଦେଶ୍ୟରେ ଆଦିବାସୀବର୍ଗର ପରିବାରଙ୍କୁ ନାନା ପ୍ରକାର ହଇରାଣ ହରକତ କରିବା, ପରିବାରର ପୁରୁଷ ସଦସ୍ୟଙ୍କୁ ମାଡ ମାରି ମିଛ ଅଭିଯୋଗରେ ଜେଲ୍‌ରେ ବନ୍ଦ କରାଇବା ଏବଂ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର କରାଯାଉଥିବା ସେମାନେ ଦର୍ଶାଇଛନ୍ତି ।

ଏମାନେ ଶାସକ ଦଳର ନେତା ହୋଇଥିବା କାରଣରୁ ସରକାର, ପୁଲିସ୍ ଏବଂ ପ୍ରଶାସନ ସବୁଜାଣି ମଧ୍ୟ ଚୁପ୍ ବସିଛନ୍ତି ବୋଲି ଏହି ମହିଳମାନେ ଏବେ ସ୍ୱର ଉତ୍ତୋଳନ କରୁଛନ୍ତି । ତେବେ ଏସବୁ ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏବଂ ତାଙ୍କ ଦଳ ଟିଏମ୍‌ସିକୁ ଏବେ ଚାରିଆଡୁ ନିନ୍ଦିତ ତଥା ସମାଲୋଚିତ ହେବାକୁ ପଡୁଛି । ତେବେ ସବୁଆଡୁ ଚାପ ପଡିବା ପରେ ପ.ବଙ୍ଗ ପୁଲିସ୍ ବର୍ତ୍ତମାନ ସୁଦ୍ଧା କେବଳ ଶିବୁ ହାଜରା ଏବଂ ଉତ୍ତମ ସର୍ଦ୍ଦାରଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ପରଠାରୁ ଶାହାଜହାନ୍ ଶେଖ୍ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲୁଥିବା ପୁଲିସ୍ କହିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button