ଦେଶ

ଚାକିରିର ପ୍ରଥମ ଦିନରେ ହେଲା ଦୁର୍ଘଟଣା, ୨ପୁଅକୁ ହରାଇଲେ ପରିବାର – Ibnodisha

[ad_1]

ଧୌଲପୁର: ଚାକିରିର ପ୍ରଥମ ଦିନରେ ହେଲା ଦୁର୍ଘଟଣା। ୨ପୁଅକୁ ହରାଇଲେ ପରିବାର। ରାଜସ୍ଥାନର ଧୌଲପୁରରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସରକାରୀ ଶିକ୍ଷକ ଭାବେ ଚାକିରି ହେବା ପରେ ବଡ଼ ଭାଇକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ ସାନ ଭାଇ। ଏହା ପରେ ତାଙ୍କ ବାଇକ୍, ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇ ୨ଭାଇଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଡାକି ନିଆଁକୁ ଆୟତ୍ତ କରିଥିଲା ପୁଲିସ। ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା।

ଶବ ବ୍ୟବଚ୍ଛେଦ କରି ଏବେ ପୁଲିସ ଫେରାର ଥିବା ଟ୍ରକ୍ ଚାଳକ ଓ ହେଲପରଙ୍କୁ ଖୋଜିବା ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଛି ବାଡୀ ସଦର ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଏନଏଚ୍ ୧୧ବିର ବିଜୌଲି ଗ୍ରାମ ନିକଟରେ। ୨୬ବର୍ଷିୟ ବିଜୟ ଏବଂ ୨୨ବର୍ଷ ବୟସ୍କ ଆକାଶ, ସଦର ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ସୁନ୍ଦରପୁର ଗାଁର ବାସିନ୍ଦା ଥିଲେ। ଶନିବାର ଦିନ ଦୁହେଁ ବାଇକ ଯୋଗେ କରୌଲି ଜିଲ୍ଲାର ଗଙ୍ଗାପୁରକୁ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ୍, ସାମ୍ନାରୁ ଆସୁଥିବା ଟ୍ରକ୍ ସହିତ ଧକ୍କା ଖାଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଓ ହେଲପର ଫେରାର ହୋଇଯାଇଥିଲେ।

ଆକାଶଙ୍କ ବାପା କହିଛନ୍ତି ଯେ, ବିଜୟର ସରକାରୀ ଚାକିରି ହେବା ଖବର ପାଇ ଆମେ ବହୁତ ଖୁସି ଥିଲୁ। ଘଟଣା ଦିନ ତା’ର ଚାକିରିରେ ଯୋଗ ଦେବାର ପ୍ରଥମ ଦିନ ଥିଲା। ଏଥିପାଇଁ ଆକାଶ ତାକୁ ସ୍କୁଲକୁ ନେଉଥିଲା। ହେଲେ ବାଟରେ ଏଭଳି କିଛି ଘଟିଯିବବ ବୋଲି ଆମେ ଭାବିନଥିଲୁ। ଏହି ଘଟଣା ଆମକୁ ବଞ୍ଚି ଥାଉ ଥାଉ ମାରି ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button