ଦେଶ

ରିୟାଙ୍କୁ ସମର୍ଥନ କଲେ ସାମନ୍ଥା – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତ‌ୀଙ୍କୁ ଏଯାବତ ଅନେକ ପ୍ରଶ୍ନ ସହିତ ବିଭିନ୍ନ ପ୍ରକାର ଘଟଣାର ସାମ୍ନା କରିବାକୁ ପଡ଼ୁଛି। ଅଭିନେତାଙ୍କୁ ଜୀବନ ହାରିବା ପାଇଁ ଉସୁକାଇବା ଠାରୁ ଆରମ୍ଭ କରି ଡ୍ରଗ୍ସ ଦେବା, ଗୁଣି କରିବା ଭଳି ଅଭିଯୋଗ ରିୟାଙ୍କ ବିରୋଧରେ ହୋଇଥିଲା। ଏହି କାରଣରୁ ସେ ଅନେକ ମାସ ପର‌୍ୟ୍ୟନ୍ତ ଜେଲରେ ବନ୍ଦୀ ବି ଥିଲେ।
ଲକଡାଉନ ସମୟରେ ଘଟିଥିବା ଏହି ଘଟଣା ପ‌ରେ ରିୟା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସେ ଗଣମାଧ୍ୟମର ସାମ୍ନା କରୁ ନଥି‌ଲେ।  କିନ୍ତୁ ଏବେ ସେ ନିଜ ପେଷାଗତ ଜୀବନରେ ଆଗକୁ ବଢ଼ିଛନ୍ତି। ରିୟାଙ୍କୁ ତାଙ୍କ ଅନୁଗାମୀଙ୍କ ସମେତ ଅନେକ କଳାକାର ବି ସମର୍ଥନ କରୁଥିବା ଜଣାପଡ଼ିଛି।
ଏହି କ୍ରମରେ ଦେଖିବାକୁ ଗଲେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ରିୟାଙ୍କୁ ଖୁବ ସମର୍ଥନ କରିଛନ୍ତି। ସେ ରିୟାଙ୍କ ସାକ୍ଷାତକାରର ଏକ କ୍ଲିପ ନିଜର ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି। ଏହି ସାକ୍ଷାତକାରରେ ରିୟା ସୁଶାନ୍ତଙ୍କ ବିଷୟରେ କହୁଥିବା ଶୁଣିବାକୁ ମିଳୁଛି। ‌ରିୟା କହୁଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁ ପରେ ମୋତେ ଏମିତି କିଛି ଘଟଣା ଓ କଥାର ସାମ୍ନା କରିବାକୁ ପଡ଼ିଛି ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। କାରଣ ସେ ସବୁ କଥା ଓ ଘଟଣା ମୋତେ ବହୁତ କଷ୍ଟ ଦେଇଛି। ଯାହା ମୁଁ ନୁହେଁ ଲୋକେ ମୋତେ ତାହା ସଜାଇ ଦେଲେ। ଏଭଳି ଅସୁବିଧା ସମୟରେ ମୋର ମା’, ବାପା ଓ ଭାଇ ମୋ ସହିତ ଛିଡ଼ା ହୋଇଥିଲେ। ମୋ ଲଢ଼େଇର ଅସ୍ତ୍ର ଥିଲେ ସେମାନେ।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button