ଦେଶ

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ – Ibnodisha

[ad_1]

ବ୍ୟୁରୋ : ମହାକାଶରେ ଆଉ ଏକ ଏଭଳି ଘଟଣା ଘଟିଛି ଯାହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ମାଉଣ୍ଟ ଏଭରେଷ୍ଟଠାରୁ ତିନି ଗୁଣ ବଡ଼ ଏକ ଧୂମକେତୁ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇ ଏବେ ପୃଥିବୀ ଆଡକୁ ଗତି କରୁଛି ବୋଲିି କହିଛନ୍ତି ବ୍ରିଟିଶ୍ ଆଷ୍ଟ୍ରୋନୋମିକାଲ୍ ଆସୋସିଏସନର ବୈଜ୍ଞାନିକ ।‘୧୨ପି’ ଉପରେ ନିରନ୍ତର ଦୃଷ୍ଟି ରଖିଥିବା ‘ବ୍ରିଟିସ୍‌ ଆଷ୍ଟ୍ରୋନମିକାଲ୍‌ ଆସୋସିଏସନ୍‌’ (ବିବିଏ) କହିଛି ଯେ, ଦ୍ବିତୀୟ ଥର ଉଦ୍‌ଗୀରଣ ହେବା ପରେ ଏହା ବହୁଗୁଣ ଉଜ୍ଜ୍ବଳ ହୋଇଯାଇଛି। ଧୂମକେତୁର କେନ୍ଦ୍ରସ୍ଥଳକୁ ବେଢ଼ି ରହିଥିବା ବାଷ୍ପୀୟ ବଉଦ ବା ‘କୋମା’ ଯୋଗୁଁ ଆଲୋକ ପ୍ରତିସରଣ ହେବାରୁ ତାହା ଆହୁରି ଉଜ୍ୱଳ ଦିଶୁଛି। ଆଉ କିଛି ଦିନ ପରେ ଧୂମକେତୁର ‘କୋମା’ ଆହୁରି ସମ୍ପ୍ରସାରିତ ହେବ। ଧୂମକେତୁରେ ଅଜବ ପ୍ରକାରର ଶୃଙ୍ଗ ସବୁ ବାହାରିବ ବୋଲି ‘ଲାଇଭ୍‌ ସାଇନ୍‌ସ୍‌’ ରିପୋର୍ଟ କରିଛି।କିନ୍ତୁ, ଏସବୁ ସତ୍ତେ୍ୱ ୨୦୨୪ ପର୍ୟ୍ୟନ୍ତ ‘୧୨ପି’ ନାମକ ଏହି ଧୂମକେତୁ ଖାଲି ଆଖିକୁ ଦେଖା ଯିବା ଭଳି ପୃଥିବୀର ନିକଟତମ ସ୍ଥାନକୁ ଆସିବ ନାହିଁ ବୋଲି ବେଜ୍ଞାନିକମାନେ କହିଛନ୍ତି। ସେତେବେଳେ ଏ ଧୂମକେତୁ ଛିଟିକି ଯାଇ ପୁଣି ସୌରମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ଏବଂ ୨୦୯୫ ମସିହା ପର୍ୟ୍ୟନ୍ତ ଆଉ ସେଥିରୁ ବାହାରି ପାରିବ ନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button