ଦେଶ

ମାଆଙ୍କ କାର୍‌ ପଛରେ ପରିସ୍ରା କରିଥିବା ୧୦ ବର୍ଷୟ ବାଳକକୁ ଗିରଫ କରି ଜେଲ୍‌ରେ ପୂରାଇଲା ପୁଲିସ – Ibnodisha

[ad_1]

ସେନାଟୋବିୟା: ମାଆଙ୍କ କାର୍‌ ପଛରେ ପରିସ୍ରା କରିଥିବା ଜଣେ ୧୦ ବର୍ଷିୟ ଆଫ୍ରିକୀୟ-ଆମେରିକୀୟ ବାଳକ ଗତ ସପ୍ତାହରେ ଗିରଫ ହୋଇ ଜେଲ୍‌ରେ ପଶିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ଅଗଷ୍ଟ ୧୦ ତାରିଖ ଦିନ ସେ ବାଳକର ମାଆ ଲେଟୋନିୟା ଏସନ୍‌ ତାଙ୍କ ଓକିଲଙ୍କୁ ଭେଟିବାକୁ ଯାଇଥିବା ବେଳେ ଏହି ମିସିସିପିର ସେନାଟୋବିୟାରେ ଏହି ଘଟଣା ଘଟିଥିଲା। ପୁଅକୁ କାର୍‌ରେ ଛାଡ଼ି ସେ ଓକିଲଙ୍କୁ ଦେଖାକରିବାକୁ ଯାଇଥିଲେ। ଅବଶ୍ୟ ପୁଅ ପାଖରେ ମୋବାଇଲ୍‌ ଫୋନ୍‌ ଥିଲା।

ଲେଟୋନିୟା ଏସନ୍‌ ‘ଡବ୍ଲୁଏଚ୍‌ବିକ୍ୟୁ’ ‘ଟିଭି’ ଷ୍ଟେସନ୍‌କୁ କହିଛନ୍ତି, କାର୍‌ ପଛରେ ପରିସ୍ରା କରୁଥିବା ବେଳେ ତାଙ୍କ ପୁଅକୁ ଧରି ନିଆଯାଇଛି ବୋଲି ଜଣେ ପୁଲିସ ଅଫିସର୍‌ ମତେ ଖବର ଦେଲେ। କାରଣ ଦର୍ଶାଇବାକୁ ଯାଇ ପୁଲିସ ଅଫିସର୍‌ କହିଲେ କି, ସେ ସର୍ବସାଧାରଣ ସ୍ଥାନରେ ପରିସ୍ରା କରିଥିବାରୁ ତାକୁ ଗିରଫ କରାଯାଇ ଜେଲ୍‌ରେ ଭର୍ତ୍ତି କରାଯାଇଛି। ୧୦ ବର୍ଷିୟ ପୁଅ କ୍ବାଣ୍ଟାଭିଅସ୍‌କୁ ଏ କଥା ପଚାରିବାରୁ ସେ କହିଲା, ମାଆ, ଭଉଣୀ ମତେ କହିଲା କି, ଆଖପାଖରେ ‘ବାଥ୍‌ରୁମ୍’ ନାହିଁ।

Image Courtesy of New York Times

ଲେଟୋନିୟା ଏସନ୍‌ ଆହୁରି ମଧ୍ୟ କହିଛନ୍ତି, ପୁଲିସ ଅଫିସର୍‌ ତାଙ୍କୁ କହିଲେ କି, କ୍ବାଣ୍ଟାଭିଅସ୍‌କୁ ଥାନାରେ ଚେତାବନୀ ଦିଆଯାଇ ପୁଣି ନେଇ କାର୍‌ରେ ଛାଡ଼ି ଦିଆଯିବ। କିନ୍ତୁ, ଆଉ କେତେ ଜଣ ଅଫିସର୍‌ ଆସି କହିଲେ ଯେ, ତାକୁ ଜେଲ୍‌କୁ ନେବାକୁ ପଡ଼ିବ।

ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟରେ ଉଲ୍ଲେଖ ଅଛି, ସେ ବାଳକକୁ ଜେଲ୍‌ରେ ପୂରାଯିବା ପରେ ପୁଣି ତା’ ମା ପାଖକୁ ଛାଡ଼ି ଦିଆଯାଇଥିଲା। କିନ୍ତୁ, ଏଥିରେ ବିଚଳିତ ହୋଇ ‌ବାଳକ କ୍ବାଣ୍ଟାଭିଅସ୍‌ କାନ୍ଦି କାନ୍ଦି ନୟାନ୍ତ ହୋଇପଡ଼ିଥିଲା।

ମେମ୍‌ଫିସ୍‌ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ମିସିସିପିର ଅନ୍ୟତମ ସହର ସେନାଟୋବିୟା ପୁଲିସ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛି। ସ୍ଥାନୀୟ ସେରିଫ୍‌ ମଧ୍ୟ ଏହି ଗିରଫଦାରିକୁ ‘ବିଚାରରେ ତ୍ରୁଟି’ ବୋଲି କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button