ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଏହି ଅଭିନେତା – Ibnodisha

[ad_1]

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବେ ନିଜର ଆଗାମୀ ଫିଲ୍ମ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର ଟାଇଟଲ୍ ହେଲା ‘ବସ୍’। ଏଥିରେ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକାରେ ଦେଖା ଦେବେ। ଏହି ସିନେମାରେ ବର୍ଷାଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଉଭୟ ଛୋଟ ଓ ବଡ଼ ପରଦାରେ ସକ୍ରିୟ ଅଭିନେତା ରାଜ୍ ରାଜେଶ। ରାଜ୍ ରାଜେଶଙ୍କୁ ଶ୍ରୀକାନ୍ତ ଗୌତମ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠାମିଠା’ରେ ନାୟକ ଭାବେ ବ୍ରେକ୍ ଦେଇଥିଲେ। ଏହାପରେ ସେ ଛୋଟ ପରଦାରେ ଅଧିକ ସକ୍ରିୟ ହୋଇଥିଲେ। ରାଜ୍ ରାଜେଶ ବେଶ କେତୋଟି ମେଗା ଧାରାବାହିକରେ ଅଭିନୟ କରିଛନ୍ତି। ଏବେ ପୁଣି ‘ରାତି ସରିସରି ଯାଉଛି’ ଓ ‘ଚକ୍ଷୁବନ୍ଧନ’ ଜରିଆରେ ବଡ଼ ପରଦାକୁ ଫେରିଥିଲେ ରାଜ୍ ରାଜେଶ। ଏଥିମଧ୍ୟରୁ ସେ ପ୍ରଥମଟିରେ ରୀୟା ଓ ଦ୍ବିତୀୟଟିରେ ଭୂମିକାଙ୍କ ବିପକ୍ଷରେ ନାୟକ ବନିଥିଲେ। ପ୍ରଥମ ଥର ଲାଗି ବର୍ଷାଙ୍କ ସହ କାମ କରୁଥିବାରୁ ରାଜ୍ ବେଶ ଉତ୍ସାହିତ ଅଛନ୍ତି।
‘ବସ୍’ର ପ୍ରଯୋଜକ ହେଲେ ଜଣାଶୁଣା ନିର୍ମାତା ରମେଶ ବାରିକ ଓ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।
‘ବସ୍’ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ ବୋଲି ଜଣାଯାଇଛି। ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ବର୍ଷା କହିଛନ୍ତି। ଏଥିରେ ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ବି ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।
[ad_2]