ମନୋରଞ୍ଜନ

ଶୁଟିଂକୁ ଫେରିଲେ ସଲମାନ, ଜଗିଛନ୍ତି ୬୦ ସୁରକ୍ଷାକର୍ମୀ

ଲିଉଡର ଭାଇଜାନ ସଲମାନ ଖାନ୍। ବାବା ସିଦ୍ଦିକିଙ୍କ ହତ୍ୟା ପରେ ତାଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି। ତାଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଉଛି। ଏହାରି ଭିତରେ ଶୁଟିଂ ସେଟ୍କୁ ଫେରିଛନ୍ତି ସଲମାନ ଖାନ୍। କଡ଼ା ସୁରକ୍ଷା ଭିତରେ ବିଗ୍ବସ୍-୧୮ର ଶୁଟିଂ କରିଛନ୍ତି ଭାଇଜାନ।

ଆଉ ତାଙ୍କୁ ଜଗି ରହିଛନ୍ତି ୬୦ ସୁରକ୍ଷାକର୍ମୀ।

କଡ଼ା ସୁରକ୍ଷା ବଳୟ ଭିତରେ ବିଗ୍ବସ୍ ସେଟ୍ରେ ପହଞ୍ଚିଛନ୍ତି ସଲମାନ। ବିଗ୍ବସ-୧୮ ଅପ୍କମିଂ ଓ୍ୱିକେଣ୍ଡ କା ଓ୍ୱାର୍ର କରିଛନ୍ତି ଶୁଟିଂ। ସଲମାନ ଖାନ୍ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍-୧୮ ହୋଷ୍ଟ କରୁଛନ୍ତି। ଏଭିଳି ସ୍ଥିତିରେ ଓ୍ୱିକେଣ୍ଡ କା ଓ୍ୱାର ଏପିସୋଡ୍ ଶୁଟ୍ କରିବା ପାଇଁ ସଲମାନ ମୁମ୍ବାଇର ଫିଲ୍ମସିଟିରେ ପହଞ୍ଚିଛନ୍ତି। ୩ ଘଣ୍ଟା ବିଳମ୍ବ ହୋଇଥିଲେ ମଧ୍ୟ ଲରେନ୍ସଙ୍କ ଧମକ ସଲମାନଙ୍କୁ ଶୁଟିଂ କରିବାରେ ରୋକି ପାରି ନାହିଁ।

ସୂଚନା ମୁତାବକ, କଡ଼ା ସୁରକ୍ଷା ଭିତରେ ସଲମାନ ଶୁଟିଂ ସେଟ୍ରେ ପହଞ୍ଚିଥିଲେ। ତାଙ୍କୁ ୬୦ ସୁରକ୍ଷାକର୍ମୀ ଜଗି ରହିଥିଲେ। କୌଣସି ବାହାର ଲୋକ ସଲମାନଙ୍କ କମ୍ପାଉଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ଯଦିଓ କେହି ଆସନ୍ତି, ତାଙ୍କୁ କଡା ନଜରରେ ରଖାଯିବ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିଁ ପ୍ରବେଶ କରିବାକୁ ଅନୁମତି ମିଳିବ। କେବଳ ସେତିକି ନୁହେଁ ଯେପର୍ଯ୍ୟନ୍ତ ଶୁଟିଂ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ବିଗବସ-୧୮ର ଟିମକୁ ସେଟ ଛାଡ଼ିବାକୁ ବାରଣ କରାଯାଇଛି।

ଗତ ଓ୍ୱିକେଣ୍ଡ କା ଓ୍ୱାର ଶୁଟିଂ ସମୟରେ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ପାଇବା ପରେ ସଲମାନ ଶୁଟିଂ ଛାଡ଼ି ହସ୍ପିଟାଲ ଦୌଡ଼ି ଯାଇଥିଲେ। କାରଣ ବାବା ସିଦ୍ଦିକି ଓ ସଲମାନ ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button